Connect with us

ବିଦେଶ

ସିଡନୀରୁ ଲଣ୍ଡନ ଯାତ୍ରା କରିବ ବିଶ୍ୱର ଦୂରଗାମୀ ଅବିରାମ ବିମାନ l

ସିଡନୀରୁ ଲଣ୍ଡନ ଯାତ୍ରା କରିବ ବିଶ୍ୱର ଦୂରଗାମୀ ଅବିରାମ ବିମାନ l

ସିଡନୀରୁ ଲଣ୍ଡନ ଯାତ୍ରା କରିବ ବିଶ୍ୱର ଦୂରଗାମୀ ଅବିରାମ ବିମାନ
ଦୋହା,୩ା୯ : ସିଡନୀରୁ ଲଣ୍ଡନ ପର୍ଯ୍ୟନ୍ତ ଅବିରାମ ବିମାନ ଯାତ୍ରା ପରିକଳ୍ପନା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ଏହି ଉଡାଣ ପାଇଁ ବିଶ୍ୱର ଅଗ୍ରଣୀ ଉଡାଜାହାଜ ନିର୍ମାଣକାରୀ କମ୍ପାନୀଙ୍କ ସହ ଅଷ୍ଟ୍ରେଲିଆର କ୍ୱାଣ୍ଟାସ୍ ଏୟାରୱେଜ୍ ମ୍ୟାନେଜମେଣ୍ଟର କଥାବାର୍ତ୍ତା ଜାରି ରହିଛି । ଏହି ବିମାନ ପାଖାପାଖି ୨୦ ଘଣ୍ଟାରେ ୧୬ ହଜାର ୯୮୩ କିଲୋମିଟର ପଥ ଯାତ୍ରା କରିବ । ଏଥିରେ ଯାତ୍ରୀଙ୍କ ପାଇଁ ଜିମର ସୁବିଧା ଉପଲବ୍ଧ ରହିବ ।

ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ଅବିରାମ ବିମାନ ଉଡାଣ ଆରମ୍ଭ କରିବା ପରେ ଏହା ବିଶ୍ୱର ସବୁଠୁ ଦୀର୍ଘ ପଥ ଯାତ୍ରା କରୁଥିବା ଦୂରଗାମୀ ବିମାନ ସେବାରେ ପରିଣତ ହେବ । ବର୍ଷେ ପୂର୍ବରୁ କ୍ୱାଣ୍ଟାସ୍ ଏୟାରୱେଜର ସିଇସ ଆଲନ ଜୋଏସ୍ ବିମାନ ନିର୍ମାଣକାରୀ କମ୍ପାନୀଙ୍କୁ ସିଡନୀରୁ ଲଣ୍ଡନ ପର୍ଯ୍ୟନ୍ତ ଅବିରାମ ଯାତ୍ରା କରିପାରିବାର କ୍ଷମତା ରଖିଥିବା ବିମାନ ନିର୍ମାଣ କରିବାକୁ ଆହ୍ୱାନ ଦେଇଥିଲେ । ଏବେ ଏଭଳି ବିମାନ ନିର୍ମାଣ ହୋଇସାରିଛି । ଏଥିପାଇଁ ଅନେକ ବିମାନ ନିର୍ମାଣକାରୀ କମ୍ପାନୀ ଆଗକୁ ଆସିଛନ୍ତି ଓ ଏହି ସେବା ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କ୍ୱାଣ୍ଟସ୍ ଏୟାରୱେଜର ସିଇଓ ପ୍ରକାଶ କରିଛନ୍ତି ।

ଏହି ବିମାନରେ ଅନ୍ୟୁନ୍ ୩୦୦ ଯାତ୍ରୀ ନିଜ ଜିନିଷ ସହ ଯାତ୍ରା କରିପାରିବେ । ୨୦୨୨ ପୂର୍ବରୁ ଏହି ବିମାନ ଚଳାଚଳ ଆରମ୍ଭ ହେବ । ଉଲ୍ଲେଖ ଯେ, ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ସିଙ୍ଗାପୁରଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ଚଳାଚଳ କରି ବିଶ୍ୱର ଦୀର୍ଘ ପଥ ଅତିକ୍ରମ କରୁଥିବା ଅବିରାମ ବିମାନ ସେବାର ମାନ୍ୟତା ଲାଭ କରିଛି । ଏହି ବିମାନ ୧୯ ଘଣ୍ଟାରେ ୧୫,୩୨୯ କିଲୋମିଟର ପଥ ଅତିକ୍ରମ କରୁଛି । ସେହିପରି କାତର ଏୟାରୱେଜର ‘ବୋଇଙ୍ଗ ୭୭୭’ ଅବିରାମ ବିମାନ ଦୋହାରୁ ନ୍ୟୁଜିଲାଣ୍ଡର ଅକଲାଣ୍ଡ ପର୍ଯ୍ୟନ୍ତ ୧୪,୫୩୬ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ମାତ୍ର ୧୮ ଘଣ୍ଟାରେ ପୂରା କରୁଛି ।

ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥ ସହରରୁ ୱାଲି ୟେ ବିମାନ ‘ବୋଇଙ୍ଗ’ ୭୮୭-୯’ ୧୭ ଘଣ୍ଟା ୧୦ ମିନିଟ୍ରେ ୧୪,୫୦୦ କିଲୋମିଟର ଅତିକ୍ରମ କରି ବ୍ରିଟେନର ରାଜଧାନୀ ଲଣ୍ଡନରେ ପହଞ୍ଚୁଛି । ବିଶ୍ୱର ସବୁଠାରୁ ଦୂରଗାମୀ ବିମାନ ମଧ୍ୟରେ ଦିଲ୍ଲୀରୁ ସାନଫ୍ରାସିସ୍କୋ ୧୫,୧୪୦ କିଲୋମିଟର (୧୬ଘଣ୍ଟା), ଦୋହାରୁ ଅକଲାଣ୍ଡ ୧୪,୫୩୯ କିଲୋମିଟର (୧୭.୩ ଘଣ୍ଟା) ଆଦି ବିମାନ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ