Connect with us

ବିଦେଶ

କୁଖ୍ୟାତ ଆତଙ୍କବାଦୀ ହକ୍କାନୀ ମୃତ l

କୁଖ୍ୟାତ ଆତଙ୍କବାଦୀ ହକ୍କାନୀ ମୃତ l

କୁଖ୍ୟାତ ଆତଙ୍କବାଦୀ ହକ୍କାନୀ ମୃତ
ଇସଲାମାବାଦ,୪ା୯ : ଆଫଗାନିସ୍ତାନର କୁଖ୍ୟାତ ଆତଙ୍କବାଦୀ ହକ୍କାନୀ ନେଟ୍ୱାର୍କର ପ୍ରତିଷ୍ଠାତା ଜଲାଲୁଦ୍ଦୀନ ହକ୍କାନୀର ମୃତ୍ୟୁ ଘଟିଛି । ଦୀର୍ଘଦିନ ଧରି ରୋଗରେ ପୀଡିତ ରହିବା ପରେ ମଙ୍ଗଳବାର ତା’ର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାକୁ ୭୨ ବର୍ଷ ବୟସ ହୋଇଥିଲା । ହକ୍କାନୀ ନେଟ୍ୱାର୍କ ପକ୍ଷରୁ ଏ ବିଷୟରେ ସୂଚନା ଦିଆଯାଇଛି ।

୨୦୧୨ରେ ଆମେରିକା ହକ୍କାନୀ ନେଟ୍ୱାର୍କକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଥିଲା । ହକ୍କାନୀର ମୃତ୍ୟୁ ପରେ ହକ୍କାନୀ ନେଟ୍ୱାର୍କ ଏବଂ ଆତଙ୍କବାଦୀ ସଂଗଠନକୁ ଧକ୍କା ଲାଗିଛି । ତାଲିବାନର ଜଣେ ଉପନେତା ଜଲାଲୁଦ୍ଦୀନର ପୁଅ ସିରାଜଉଦ୍ଦୀନ ହକ୍କାନୀ ବର୍ତ୍ତମାନ ଏହି ନେଟ୍ୱାକର୍ହର ନେତୃତ୍ୱ ନେଉଛି । ପୂର୍ବରୁ ଜଲାଲୁଦ୍ଦୀନ ଆଫଗାନ ମୁଜ୍ଜାହିଦନୀର କମାଣ୍ଡର ଥିଲା ।

୧୯୮୦ରେ ସେ ଆମେରିକା ଏବଂ ପାକାସ୍ତାନର ସାହାଯ୍ୟରେ ଆଫଗାନିସ୍ତାନରୁ ସୋଭିଏତ ବିରୁଦ୍ଧରେ ଲଢ଼ୁଥିଲା । ସେ ଅନେକ ଜିହାଦୀମାନଙ୍କ ସହ ସମ୍ପର୍କ ସ୍ଥାପନ କରିଥିବା ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ