Connect with us

ବିଦେଶ

ଚୀନର ଋଣ ମାୟାଜାଲରେ ୮ଟି ଦେଶ l

ଚୀନର ଋଣ ମାୟାଜାଲରେ ୮ଟି ଦେଶ l

ଚୀନର ଋଣ ମାୟାଜାଲରେ ୮ଟି ଦେଶ
ନ୍ୟୁୟର୍କ,୩ା୯ : ଦକ୍ଷିଣ ଏସିଆରେ ନିଜର କୂଟନୈତିକ ପ୍ରଭୂତ୍ୱ ବିସ୍ତାର ପାଇଁ ଚୀନ ଏବେ ଋଣ ଜାଲ ବିଛାଇଛି । ଏହି ଜାଲରେ ପାକିସ୍ତାନ ସମେତ ୮ଟି ଦେଶ ପଡିଛନ୍ତି । ଏହି ଦେଶଗୁଡିକ ଉପରେ ଚୀନର ୨୦%ରୁ ଅଧିକ ଋଣ ରହିଛି । ଏହି ଦେଶଗୁଡିକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଚୀନ୍ ଅଧିକରୁ ଅଧିକ ଋଣ ଦେଇ ଚାଲିଛି ।

ଆମେରିକାର ଥିଙ୍କ ଟ୍ୟାଙ୍କ ‘ସେଣ୍ଟର ଫର ଗ୍ଲୋବାଲ ଡେଭଲପମେଣ୍ଟ‘ ଆଲୋଚନାଚକ୍ରରେ ଏହି କଥା ପଦାକୁ ଆସିଛି । ଚୀନର ମହତ୍ୱାକାଂକ୍ଷୀ ୱାନ ବେଲ୍ଟ ୱାନ ରୋଡ (ଓବିଓଆର) ପ୍ରକଳ୍ପ ଇତିମଧ୍ୟରେ ୫ ବର୍ଷ ପୂରା କରିଛି । ଏହାସହ ଚୀନ୍ ପ୍ରକଳ୍ପରେ ଜଡିତ ଅନେକ ଦେଶକୁ ଋଣ ଜାଲରେ ଫସାଇ ଦେଇଛି । ଫଳରେ ଏବେ ଏହି ଦେଶ ଗୁଡିକରେ ଋଣ ବିରୋଧୀ ସ୍ୱର ଶୁଣିବାକୁ ମିଳୁଛି । ଥିଙ୍କ୍ ଟ୍ୟାଙ୍କ ଅନୁସାରେ ଜିବୁତି, ମାଳଦ୍ୱୀପ, ମଙ୍ଗୋଲିଆ, ଲାଇସ୍, ତାଜିକିସ୍ତାନ ଏବଂ କିର୍ଗିସ୍ତାନ ଭଳି ଦେଶଗୁଡିକ ଖୁବଶୀଘ୍ର ଚୀନ୍ ଋଣ ଜାଲରେ ଶିକାର ହେବ । ଆୟ ବହୁ କମ୍ ଥିବାରୁ ଏହି ଦେଶଗୁଡିକ ଚୀନର ଋଣ ସୁଝିପାରିବେ ନାହିଁ ବୋଲି ଥିଙ୍କ୍ ଟ୍ୟାଙ୍କ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି ।

ଓବିଓଆର ପ୍ରକଳ୍ପରେ ସାମିଲ ୭୮ ଦେଶ ମଧ୍ୟରୁ ଅନେକ ଦେଶର ଅର୍ଥ ବ୍ୟବସ୍ଥା ନିବେଶ ଅନୁକୂଳ ନୁହଁ । ଓବିଆରରେ ସାମିଲ ପାକିସ୍ତାନ ଭଳି ଦେଶ ଏହି ଟଙ୍କା ସୁଝିପାରିବେ ନାହିଁ । ଏହାପରେ ବି ଏଭଳି ଦେଶକୁ ଚୀନ ଋଣ ଦେବା ଅର୍ଥ ସେମାନଙ୍କୁ ନିଜ ଜାଲରେ ଫସାଇବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି । ସୂଚନା ଅନୁସାରେ ଚୀନ୍ଠାରୁ ପାକିସ୍ତାନ ୧.୩୩ ଲକ୍ଷ କୋଟି ଟଙ୍କା, ଲାଇସ୍ ୧୪ଲକ୍ଷ, ମୋଣ୍ଟେନିଗ୍ରୋ ୫.୭ ହଜାର କୋଟି, ଶ୍ରୀଲଙ୍କା ୩୮ ହଜାର କୋଟି, ମାଲେସିଆ ୧.୪ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି ।

ଋଣ ସୁଝି ନପାରିବାରୁ ଚୀନ୍ ପାକିସ୍ତାନର ଗ୍ୱାଦର ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇଯାଇଛି । ଅନୁରୂପ ଭାବେ ଶ୍ରୀଲଙ୍କାର ଏକ ବନ୍ଦର ମଧ୍ୟ ଚୀନର ନିୟନ୍ତ୍ରଣରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ