Connect with us

ବାଣିଜ୍ୟ

ଭୁବନେଶ୍ୱରରେ ହେବ କର୍ଲଅନ ମ୍ୟାଟ୍ରେସ୍ ପ୍ଲାଣ୍ଟ l

ଭୁବନେଶ୍ୱରରେ ହେବ କର୍ଲଅନ ମ୍ୟାଟ୍ରେସ୍ ପ୍ଲାଣ୍ଟ

ଭୁବନେଶ୍ୱରରେ ହେବ କର୍ଲଅନ ମ୍ୟାଟ୍ରେସ୍ ପ୍ଲାଣ୍ଟ
ନୂଆଦିଲ୍ଲୀ,୧୨ା୯ : ମେକ୍ ଇନ୍ ଓଡ଼ିଶା ବ୍ୟାନରରେ ମୁଖ୍ୟମନ୍ତ୍ରୀ ପୁଞ୍ଜି ନିବେଶକାରୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିବାର କିଛି ଘଣ୍ଟା ପରେ ରାଜ୍ୟକୁ ବଡ ଧରଣର ସଫଳତା ମିଳିଛି । ଦେଶର ବହୂଳ ବ୍ୟବହୃତ କର୍ଲଅନ ମ୍ୟାଟ୍ରେସ କମ୍ପାନୀ ଭୁବନେଶ୍ୱରରେ ୬୫୦୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପ୍ଲାଣ୍ଟ ନିର୍ମାଣ କରିବାକୁ ଘୋଷଣା କରିଛି l

କମ୍ପାନୀର ମୁଖ୍ୟ ମାର୍କେଟିଂ ଅଧିକାରୀ ଆଶୁତୋଷ ବୈଦ୍ୟଙ୍କ ଅନୁସାରେ, ଏହି ପ୍ଲାଣ୍ଟ ଦିନକୁ ୨୫୦୦ଟି ମ୍ୟାଟ୍ରେସ୍ ପ୍ରସ୍ତୁତ କରିବ । ଏଥିପାଇଁ ରାଜ୍ୟ ସରକାର ଭୁବନେଶ୍ୱର ଉପକଣ୍ଠରେ ୧୯ ଏକର ଜାଗା ଯୋଗାଇ ଦେବେ । ପରବର୍ତ୍ତୀ ସମୟରେ ଏହି ପ୍ଲାଣ୍ଟର କ୍ଷମତା ଦିନକୁ ୪୫୦୦ଟି ମ୍ୟାଟ୍ରେସରେ ବୃଦ୍ଧି କରାଯିବ । ଭୁବନେଶ୍ୱରରୁ ନିର୍ମିତ ମ୍ୟାଟ୍ରେସ୍ ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଓ ଉତ୍ତର ପୂର୍ବ ଭାରତରେ ବିକ୍ରି ହେବ ।

ସେହିପରି କମ୍ପାନୀ ଆସାମରେ ମଧ୍ୟ ଏକ ପ୍ଲାଣ୍ଟ ନିର୍ମାଣ କରିବାକୁ ଯାଉଛି । ଏହି ପ୍ଲାଣ୍ଟରେ ସୋଫା ଓ ଅନ୍ୟାନ୍ୟ ଆସବାବପତ୍ରର ଗଦି ନିର୍ମାଣ କରିବ କମ୍ପାନୀ । କମ୍ପାନୀ ପକ୍ଷରୁ ସମଗ୍ର ରାଜ୍ୟରେ ୨୦୦ଟି ଷ୍ଟୋର ଖୋଲିବାର ଯୋଜନା ମଧ୍ୟ ରହିଛି । ସେଗୁଡିକ ମଧ୍ୟରୁ ୧୦୦ଟି କମ୍ପାନୀ ଦ୍ୱାରା ସିଧାସଳଖ ବିକ୍ରି ବ୍ୟବସ୍ଥା କରାଯିବ । ୨୦୨୦ ମଧ୍ୟରେ କମ୍ପାନୀ ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ କରିବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ