Connect with us

ଦେଶ

ନନ ଫରଫର୍ମି ଆସେଟ୍ (ଏନ୍ପିଏ) l ଏଥିପାଇଁ ୟୁପିଏ ସରକାର ଦାୟୀ :- ରଘୁରାମ ରାଜନ l

ନନ ଫରଫର୍ମି ଆସେଟ୍ (ଏନ୍ପିଏ) l ଏଥିପାଇଁ ୟୁପିଏ ସରକାର ଦାୟୀ :- ରଘୁରାମ ରାଜନ l

ଏନ୍ପିଏ ଉପରେ ସଂସଦୀୟ ସମିତିକୁ ରଘୁରାମ ରାଜନଙ୍କ ଜବାବ
ଏଥିପାଇଁ ୟୁପିଏ ସରକାର ଦାୟୀ
ନୂଆଦିଲ୍ଲୀ,୧୦ା୯ : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବଢ଼ୁଥିବା ନନ ଫରଫର୍ମି ଆସେଟ୍ (ଏନ୍ପିଏ)କୁ ନେଇ ସଂସଦର ଏକ ସମିତିକୁ ପଠାଇଥିବା ନିଜର ଜବାବରେ ପୂର୍ବବର୍ତ୍ତୀ ୟୁପିଏ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ରାଜନ ନିଜର ଜବାବରେ କହିଛନ୍ତି ଯେ, ଭ୍ରଷ୍ଟାଚାର ଓ ଯାଞ୍ଚ କାରଣରୁ ସରକାରଙ୍କୁ ନିର୍ଣ୍ଣୟ ନେବାର ଗତି ଧିମା ହୋଇଯାଇଥିଲା । ଏହି କାରଣରୁ ଏନ୍ପିଏ ବଢ଼ି ଚାଲିଥିଲା ।

ଉଲ୍ଲେଖଯୋଗ୍ୟ ବରିଷ୍ଠ ବିଜେପି ସାଂସଦ ମୁରଲୀ ମନୋହର ଯୋଶୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦର ଆର୍ଥିକ ସମିତି ରାଜନଙ୍କୁ ପତ୍ର ଲେଖି ସମିତି ସମ୍ମାନରେ ଉପସ୍ଥିତ ହୋଇ ଏନ୍ପିଏ ପ୍ରସଙ୍ଗରେ ସୂଚନା ଦେବାକୁ କହିଥିଲେ । ନିଜର ଜବାବରେ ରାଜନ କହିଛନ୍ତି ଯେ, ବ୍ୟାଙ୍କ ଦ୍ୱାରା ବଡ ବଡ ଋଣ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ଏବଂ ୨୦୦୬ ପରେ ବିକାଶର ଗତି ମନ୍ଥର ହେବା ପରେ ବ୍ୟାଙ୍କ ବୃଦ୍ଧିକୁ ନେଇ ଯେଉଁ ଆକଳନ କରାଯାଇଥିଲା ତାହା ଅସ୍ୱାଭାବିକ ଥିଲା ।

ଉଲ୍ଲେଖନୀୟ ଏହା ପୂର୍ବରୁ ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା (ସିଏଇ) ଅରବିନ୍ଦ ସୁବ୍ରମଣ୍ୟମ ଏନ୍ପିଏ ସଙ୍କଟକୁ ଚିହ୍ନଟ କରିବା ଏବଂ ଏହାର ସମାଧାନ ପାଇଁ ପ୍ରୟାସ କରିବାର ରାଜନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ । ସୁବ୍ରମଣ୍ୟମ ସମିତିକୁ କହିଥିଲେ ଯେ, ଏନ୍ପିଏର ସମସ୍ୟାକୁ ସଠିକ୍ ଭାବେ ଚିହ୍ନଟ କରିବାର ଶ୍ରେୟ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଯାଇଥାଏ । ତାଙ୍କୁ ବେଶୀ କେହି ଜାଣି ନାହାନ୍ତି ଯେ ଦେଶରେ ଏନ୍ପିଏ ସମସ୍ୟା କେମିତି ଏତେ ଗମ୍ଭୀର ହେଲା ।

ଏହାବ୍ୟତୀତ ସୁବ୍ରମଣ୍ୟମ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ, ନିଜର କାର୍ଯ୍ୟକାଳ ସମୟରେ ରାଜନ ଏହି ସମସ୍ୟାର ସମାଧାନ ପାଇଁ ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ