Connect with us

ବାଣିଜ୍ୟ

ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ l

ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ l

ଓଡ଼ିଶାରେ ପୁଞ୍ଜି ଖଟାଇବାକୁ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ,୧୨ା୯ : ବୁଧବାର ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ ଓ ଇନଭେଷଟର ମିଟରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ପୁଞ୍ଜିନିବେଶକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ରହିଥିଲେ ।

ଦିଲ୍ଲୀର ଆଟିସି ମୋର‌୍ୟା ହୋଟେଲରେ ଅନୁଷ୍ଠିତ ହୋଇଥିଲା ମେକ୍ ଇନ୍ ଓଡ଼ିଶା ରୋଡ୍ ସୋ । ମୁମ୍ବାଇ ପରେ ଦିଲ୍ଲୀର ପୁଞ୍ଜି ନିବେଶକଙ୍କୁ ଫୋକସ କରିଥିଲେ ନବୀନ ପଟ୍ଟନାୟକ । ଏହି ରୋଡ ସୋ’ରେ ପାଖାପାଖି ୩୦୦ଜଣ ନିବେଶକ ଯୋଗ ଦେଇଥିଲେ । ୧୦ଜଣ ବଡ ପୁଞ୍ଜିପତିଙ୍କ ସହ ସିଧାସଳଖ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜି ଖଟେଇବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଆହ୍ୱାନ କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଞ୍ଜିନିବେଶ କରିବାକୁ ନିବେଶକଙ୍କୁ ଓଡ଼ିଶାରେ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯିବ । ଏହାସହ ଟ୍ରିପଲ ଟି ଫର୍ମୁଲା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଟିମ୍ୱାର୍କ, ଟେକ୍ନୋଲୋଜି ଏବଂ ଟ୍ରାନ୍ସପରେନ୍ସି ଯୋଗାଇ ଦିଆଯିବ । ଯଦି ଓଡ଼ିଶାରେ ଆପଣମାନେ ପୁଞ୍ଜି ନିବେଶ କରୁଛନ୍ତି ତେବେ ଓଡ଼ିଶା ନିଶ୍ଚିତ ଭାବେ ପୂର୍ବ ଭାରତର ‘ମାନୁଫାକଚରିଂ’ ହବ୍ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସେଠାରେ ‘ଇନଭେଷ୍ଟ ଓଡ଼ିଶା’ ୱେବସାଇଟ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘଟନ କରିଥିଲେ ।

ଏହି ରୋଡ ସୋ’ରେ ଦେଶ ଓ ବିଦେଶର ୧୦ରୁ ଅଧିକ ମୁଖ୍ୟ ନିବେଶକଙ୍କ ସହ ୱାନ୍ ଟୁ ୱାନ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ପୁଞ୍ଜି ଖଟେଇବା ପାଇଁ ଆହ୍ୱାନ କରିଥିବା ବେଳେ ସେଠାରେ ଉପସ୍ଥିତ ରାଜ୍ୟର ବ୍ୟବସାୟ କରୁଥିବା କମ୍ପାନୀ ମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ । ଶିଳ୍ପପତି ନବୀନ ଜିନ୍ଦଲ, ରିତେଶ ଅଗ୍ରୱାଲ, ହରିଶ ଆହୁଜା ନିଜର ବ୍ୟବସାୟ ଅଭିଜ୍ଞତାର ବର୍ଣ୍ଣନା କରିବା ସହ ଓଡ଼ିଶା ସରକାରଙ୍କ ସାହାଯ୍ୟ ସହଯୋଗର ପ୍ରଶଂସା କରିଥିଲେ । ରୋଡ୍ ଶୋ’ରେ ଓଡ଼ିଶା ପକ୍ଷରୁ ଖାଦ୍ୟ ପ୍ରକ୍ରିୟାକରଣ ଏବଂ ସାମୁହିକ ଖାଦ୍ୟ, ଧାତବ କ୍ଷେତ୍ରରେ ଆନୁସଙ୍ଗିକ କ୍ଷେତ୍ର, ବୟନ, ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନିଂ ଏବଂ ମାନୁଫାକଚରିଂ ରସାୟନ, ପ୍ଲାଷ୍ଟିକ୍ ଏବଂ ପେଟ୍ରୋକେମିକାଲ୍ସ ଭଳି ୬ ପ୍ରମୁଖ କ୍ଷେତ୍ରରେ ନିବେଶ ସୁଯୋଗ ସମ୍ପର୍କରେ ନିବେଶକଙ୍କୁ ସୂଚନା ପ୍ରଦାନ କରାଯିବ ।

ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ୨୦୧୮କୁ ବିଭିନ୍ନ ରାଷ୍ଟ୍ରରୁ ନିବେଶକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ରାଜ୍ୟ ସରକାରଙ୍କ ପକ୍ଷରୁ ଖୁବଶୀଘ୍ର କଲିକତା, ବେଙ୍ଗାଲୁରୁ, ହାଇଦ୍ରାବାଦରେ ଏଭଳି ସମ୍ମିଳନୀ ଆୟୋଜିତ ହେବ । ଚଳିତ ବର୍ଷ ‘ମୁଁ ଓଡ଼ିଶା ଥିମ’ରେ ମେକ ଇନ୍ ଓଡ଼ିଶା କନକ୍ଲେଭ ହେବ । ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣରେ ଜାପାନ ଦେଶ ପାର୍ଟନର ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ପାର୍ଟନର ହେବା ପାଇଁ ସହମତି ଦେଇଛନ୍ତି । ୨୦୩୦ ପାଇଁ ୨.୫ ଲକ୍ଷ କୋଟି ଟଙ୍କାର ନିବେଶ ସହ ୩୦ଲକ୍ଷ ନିଯୁକ୍ତିର ଲକ୍ଷ୍ୟ ରଖାଯାଇଛି । ଏହାପରେ ବେଙ୍ଗାଲୁରୁ, ଚେନ୍ନାଇ ଏବଂ କୋଲକାତାରେ ରୋଡ ସୋ କାର୍ଯ୍ୟକ୍ରମ କରାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ