Connect with us

ଦେଶ

ରାଫେଲ ପ୍ରସଙ୍ଗରେ କଂଗ୍ରେସର ସ୍ୱର ତେଜିଲା

ସାଙ୍କେତିକ ଚିତ୍ର

ରାଫେଲ ପ୍ରସଙ୍ଗରେ କଂଗ୍ରେସର ସ୍ୱର ତେଜିଲା

ମୋଦି ବଦଳାଇଛନ୍ତି ନିୟମ, ହଟାଇଛନ୍ତି ବ୍ୟାଙ୍କ ଗ୍ୟାରେଣ୍ଟି

ନୂଆଦିଲ୍ଲୀ,୧୫ା୧୧ : ବୁଧବାର ରାଫେଲ ପ୍ରସଙ୍ଗ ସୁପ୍ରିମକୋର୍ଟ ଶୁଣାଣି ପରେ ଗୁରୁବାର କଂଗ୍ରେସ ପକ୍ଷରୁ ପୁଣିଥରେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଦାୟୀ କରାଯାଇଛି । ପୂର୍ବରୁ ରାଫେଲ ଯୁଦ୍ଧ ବିମାନ କିଣାକୁ ନେଇ ଦୁର୍ନୀତି ହୋଇଥିବା ଅଭିଯୋଗ କରୁଥିବା କଂଗ୍ରେସ ଗୁରୁବାର ରାଫେଲକୁ ନେଇ ଚୁକ୍ତିପତ୍ରରେ ପରିବର୍ତ୍ତନ ହିଁ ଦୁର୍ନୀତି ବୋଲି ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିରକ୍ଷା ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନଜଣାଇ ରାଫେଲ ଯୁଦ୍ଧ ବିମାନର ଆଧାର ମୂଲ୍ୟକୁ ବଢ଼ାଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଯୁଦ୍ଧ ବିମାନ ସମ୍ପର୍କିତ ବ୍ୟାଙ୍କ ଗ୍ୟାରେଣ୍ଟିକୁ ଛାଡ କରି ଦେଇଛନ୍ତି । ଏପରିକି ରାଫେଲ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣର ମଧ୍ୟସ୍ଥତା ପ୍ରକ୍ରିୟାକୁ ମଧ୍ୟ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ବଡ ଧରଣର ଦୁର୍ନୀତି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଜ୍ଞାତରେ ଏତେ ବଡ ପଦକ୍ଷେପ ନେବା ପ୍ରଚ୍ଛଦରେ କ’ଣ ରହିଛି ଉଦ୍ଦେଶ୍ୟ ଏହାକୁ ନେଇ ତଦନ୍ତ ଦାବି କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ରଣଦୀପ ସୁରଜବାଲା ରାଫେଲ ମାମଲାର ସଂସଦୀୟ ସମିତି ଅନ୍ତର୍ଗତ ଯାଞ୍ଚ ପାଇଁ ଦାବି କରିଛନ୍ତି ।

ଦେଶର ଆଇନ ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟର ଲିଖିତ ରାୟକୁ ଖଣ୍ଡନ କରି ପ୍ରଧାନମନ୍ତ୍ରୀ ଯୁଦ୍ଧ ବିମାନର ଆଧାର ମୂଲ୍ୟକୁ ବୃଦ୍ଧି କରି ୬୨ ହଜାର କୋଟିରୁ ଊଦ୍ଧ୍ୱର୍ କରିଥିଲେ । ଅଥଚ ଏହି ଯୁଦ୍ଧ ବିମାନର ମୂଲ୍ୟ କଂଗ୍ରେସ ସମୟରେ ବେଶ୍ କମ୍ ଥିଲା । ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଫଳରେ ରାଫେଲ କିଣିବା ପାଇଁ ଗଠିତ ସମିତିରେ ବିବାଦ ଦେଖା ଦେଇଥିଲା । ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପରିକର ଯୁଦ୍ଧ ବିମାନର ବର୍ଦ୍ଧତ ମୂଲ୍ୟକୁ ମାନିବାକୁ ରାଜି ନଥିଲେ । ତେଣୁ ପ୍ରତିରକ୍ଷା ମନ୍ତ୍ରାଳୟରୁ ଅନୁମୋଦିତ ହେବାକୁ ଥିବା ରାଫେଲ ଫାଇଲ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମଞ୍ଜୁରୀ ନେବାକୁ ପଠାଇ ଦିଆଯାଇଥିଲା । ଏସବୁ ସତ୍ୱେ ପ୍ରଧାନମନ୍ତ୍ରୀ ଉକ୍ତ ବର୍ଦ୍ଧିତ ମୂଲ୍ୟକୁ ମଞ୍ଜୁର କରି ଦେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ଦ୍ୱାରା କାହାକୁ ଲାଭ ହେଲା ବୋଲି କଂଗ୍ରେସ ପାଲଟା ପ୍ରଶ୍ନ କରିଛି । କଂଗ୍ରେସ ମୁଖପାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଅଭିଯୋଗ ଆଣି ରାଫେଲ ଯୁଦ୍ଧ ବିମାନର ଆଧାର ମୂଲ୍ୟ ୩୯,୪୨୨ କୋଟିରୁ ବୃଦ୍ଧି କରି ୬୨,୧୬୬ କୋଟିରେ ପରିବର୍ତ୍ତିତ କରିଛନ୍ତି । କଂଗ୍ରେସ ମୁଖପାତ୍ର ତାଙ୍କ ଅଭିଯୋଗରେ ଯୁଦ୍ଧ ବିମାନ କିଣିବାକୁ ହେଲେ ବ୍ୟାଙ୍କ ଗ୍ୟାରେଣ୍ଟ ଅନିବାର୍ଯ୍ୟ ଥିବା ବେଳେ ଆଇନ ମନ୍ତ୍ରାଳୟ ଏକ ଜରୁରୀ ପଦକ୍ଷେପ ବୋଲି ଘୋଷରା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ