Connect with us

ବାଣିଜ୍ୟ

ଆଇଟି , କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ପାଇଁ ଏମଓୟୁ ସ୍ୱାକ୍ଷରିତ

ସାଙ୍କେତିକ ଚିତ୍ର

ଆଇଟି , କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ବିକାଶ ପାଇଁ ଏମଓୟୁ ସ୍ୱାକ୍ଷରିତ
ଭୁବନେଶ୍ୱର,୧୪ା୧୧: ୬ଟି ବଡ କମ୍ପାନୀ ଓଡିଶା ଅ।ଇଟି ଓ ଇଲୋଟ୍ରୋନିକ୍ ୩ଜହାର ୯୦୦କୋଟିର ମୋଟ ପ୍ରସ୍ତାବ ଅ।ସିଛି । ରିଲାଏନ୍ସ ୩ହଜାର କୋଟି ପୁଞ୍ଜିନିବେଶ କରିବା ସହ ରଶ୍ମି ଏଂଟର ପ୍ରାଇଜେସ୍ ୫୦୦କୋଟି ଓ ସାକ୍ ରୋବୋଟିକ୍ ୩୦୦କୋଟି ,ସିଟେଲ୍ ଇମ୍ଫ୍ର୍ରାଷ୍ଟ୍ରକଚର ୬୫କୋଟି , ମିଟେସ୍ ଟେକ୍ନୋଲୋଜି ୩୩ କୋଟି ,ସିରମା ଟେକ୍ନୋଲୋଜି ୨୦କୋଟି ପୁଞ୍ଜିନିବେଶ ପ୍ରସ୍ତାବ ଦେଇଥିବା ଆଇଟି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ସୂଚନା ଦେଇଛନ୍ତି । ଏଥିରେ ରିଲାଏନ୍ସ କେବଳ ଟେଲିକମ୍ୟୁନିକେସନ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ ପ୍ରସ୍ତାବ ଅ।ସିଥିବା ବେଳେ ଅନ୍ୟ କମ୍ପାନୀ ଇଲେକ୍ଟ୍ରୋନିକ୍ ମାନୁଫ୍ୟାକ୍ଚର କରିବେ ବୋଲି ସୂଚନା ମିଳିଛି ।

ସେହିପରି ଏଗ୍ରି ମାର୍କେଟିଂ ରେ ଓଡିଶାକୁ ୧୪୧୨ କୋଟି ଟଙ୍କାର ନିବେଶ ମିଳିଛି । ଏହା ମଧ୍ୟରେ ରିଲାଏନ୍ସ ୩ଶହ କୋଟି, ଅ।ଇଟିସି ୫୨୦ କୋଟି, ୱାଏର ହାଉସିଂ ୩ ଶହ କୋଟି, କଂଟ୍ରାକ୍ଟ ଫାର୍ମିଙ୍ଗ ରେ ୧୧୨ କୋଟି ରହିଛି । ଓଡ଼ିଶାରେ ଖୁବ ଶୀଘ୍ର କଂଟ୍ରାକ୍ଟ ଫାର୍ମିଙ୍ଗ ଅ।ଇନ ଆସିବ । ହରିଆଣା ପରେ ଓଡ଼ିଶାରେ ମଧ୍ୟ ଏହି ଆଇନ ଅଣାଯିବ । ଏହି ଅ।ଇନ ଅନୁସାରେ ଚାହିଦାକୁ ନେଇ ଚାଷୀ ଉତ୍ପାଦନଳ କରିବ ଏବଂ ଦର ବି ଅ।ଗୁଅ। ଧାର୍ଯ୍ୟ ହେବ । ରାଜ୍ୟରୁ ନାଫେଡ୍ ମୁଗ,ବିରି,ସୂର୍ଯ୍ୟ ମୁଖି ଫୁଲ କିଣିବ । ଏଥିନେଇ ନାଫେଡ ସହ ଏମ ଓ ୟୁ ସ୍ୱାକ୍ଷର କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୫ ଶହ କୋଟି ଟଙ୍କାର ଅର୍ଡର ମିଳିଛି । ରବିରେ ଏମଏସ ପି ଦରରେ ଚାଷୀଙ୍କଠୁ କିଣି ତୁରନ୍ତ ନାଫେଡକୁ ଦେବୁ । ଏହା ବ୍ୟତୀତ ୱାଏର ହାଉସିଂ ଡେଭେଲପମେଂଟ ରେଗୁଲୋଟରି ଅଥରିଟି ସହ ମଧ୍ୟ ଏମ ଓ ୟୁ ସ୍ୱାକ୍ଷରିତ ହୋଇଛି । ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କୁ ତାହାର ଷ୍ଟୋରେଜ କାପାସିଟି ଅନୁସାରେ ବୈଜ୍ଞାନିକ ପଦ୍ଧତିରେ ରଖାଯିବ । ଏହା ବ୍ୟତୀତ ଖାଦ୍ୟ ପ୍ରକ୍ରିୟା କରଣ କ୍ଷେତ୍ରରେ ଦୁଇଟି ଚୁକ୍ତି ନାମା ସ୍ୱାକ୍ଷରିତ ହୋଇଛି ।

ରାୟଗଡା ରେ ଥିବା ମିଟିସ୍ ମେଗା ଫୁଡ୍ ପାର୍କ ପରିସରରେ ଜୁସ୍ ପ୍ଲାଂଟ ସ୍ଥାପନ ପାଇଁ ସୋଲୋକମ୍ ବାୟୋଭେଂଚର୍ସ ସହିତ ମିଟିସ୍ ର ଚୁକ୍ତିନାମା ହୋଇଛି ।ଏଥିରେ ୧୫କୋଟି ଟଙ୍କାର ପୁଞ୍ଜିନିବେଶ ହେବ । ଏହା ସହ କେଂଟଲେ କମ୍ପାନୀ ସହ ମିଟିସ୍ ମେଗା ଫୁଡ୍ ର ମକା ପ୍ରସେସିଙ୍ଗ ପ୍ଲାଂଟର ଚୁକ୍ତି ହୋଇଛି । ଏଥିରେ ୧୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରାଯିବ । ଉଭୟ କରଖାନାରେ ୨୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ । ବିଶେଷ କରି ପଛୁଆ ଅଂଚଳ ଭାବେ ଅ।ଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡା ର ବିକାଶ କ୍ଷେତ୍ରରେ ସହାୟକ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ