Connect with us

ବାଣିଜ୍ୟ

୨୮୪.୪୮ କୋଟି ଟଙ୍କାର ପରିବହନ ଟିକସ ବାକି

ସାଙ୍କେତିକ ଚିତ୍ର

୨୮୪.୪୮ କୋଟି ଟଙ୍କାର ପରିବହନ ଟିକସ ବାକି
ଭୁବନେଶ୍ୱର :- ରାଜ୍ୟର ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ପରିବହନ ରାଜସ୍ୱ ବାବଦରେ ୨୮୪.୪୮ କୋଟି ଟଙ୍କା ବକେୟା ରହିଛି ବୋଲି ରଜ୍ୟ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ପ୍ରକାଶ କରିଛନ୍ତି ।
ସେହିପରି ବକେୟା ପରିବହନ ଟିକସ ଆଦାୟ ପାଇଁ ଆଂଚଳିକ ପରିବହନ ଅଧିକାରୀମାନଙ୍କୁ ନିୟମିତ ବ୍ୟବଧାନରେ ସମୀକ୍ଷା କରି ବକେୟା ଟିକସ ଆଦାୟ ପାଇଁ ସମୟାନୁକ୍ରମେ ନିର୍ଦ୍ଦେଶନାମା ଜାରି କରାଯାଉଛି । ଏନଫୋର୍ସମେଂଟ ମାଧ୍ୟମରେ ବିଭିନ୍ନ ସ୍କ୍ୱାର୍ଡ ଗଠନ କରାଯାଇ ବକେୟା ଟିକସ ଆଦାୟ କରାଯାଉଛି । ଟିକସ ଅନାଦେୟ ଗାଡି ମାଲିକ ମାନଙ୍କୁ ଡିମାଣ୍ଡ ନୋଟିସ୍ ପ୍ରେରଣ , ଟିକସ ଅସୁଲ ମାମଲା ଦାୟର କରଯାଉଛି ଏବଂ ଗାଡି ଗୁଡିକୁ ଜବତ ଓ ନିଲାମ କରାଯାଇ ଟିକସ ଆଦାୟ କରାଯାଉଛି । ଏହା ବ୍ୟତୀତ ମୋଟର ଯାନ ଅଧିନିୟମ ଅନୁଯାୟୀ ଆବଶ୍ୟକ ସ୍ଥଳେ ବକେୟା ଗାଡି ମାଲିକଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତି ଜବତ ଓ ନିଲମ କରି ବକେୟା ଆଦାୟ କରାଯାଉଛି । ସେହିପରି ବକେୟା ଟିକସ ସମ୍ପର୍କିତ ତଥ୍ୟ ପରିବହନ ବିଭାଗ ୱେସାଇଟ୍ ରେ ଉପଲବ୍ଧ ଅଛି । ୨୦୦୮-୦୯ ଆର୍ଥିକ ବର୍ଷରେ ୫୨୫.୩୦ କୋଟି ଟଙ୍କାର ପରିହନ ଟିକସ ଆଦାୟ ହୋଇଥିଲା । ସେହିପରି୨୦୧୭-୧୮ ବର୍ଷରେ ୧୫୪୪.୬୦ କୋଟି ଟଙ୍କା ଆଦାୟ ହୋଇଛି ବୋଲି ମନ୍ତ୍ରୀ ଡା. ସାହୁ ସୂଚନା ଦେଇଛନ୍ତି ।
ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏସମ୍ପର୍କିତ ତାରକା ଚିହ୍ନିତ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଗୃହରେ ଏହି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ବାଣିଜ୍ୟ