Connect with us

ଦେଶ

୪ବର୍ଷରେ କୋଟିପତିଙ୍କ ସଂଖ୍ୟାରେ ୬୦% ବୃଦ୍ଧି

ସାଙ୍କେତିକ ଚିତ୍ର

୪ବର୍ଷରେ କୋଟିପତିଙ୍କ ସଂଖ୍ୟାରେ ୬୦% ବୃଦ୍ଧି
ନୂଆଦିଲ୍ଲୀ,୨୨ା୧୦ : ଆୟକର ଟିକସ ପ୍ରଦାନ କ୍ଷେତ୍ରରେ ଭାରତକୁ ବିଗତ ୪ବର୍ଷ ମଧ୍ୟରେ ୧ଲକ୍ଷ ୪୦ ହଜାର ସଂଖ୍ୟକ ବ୍ୟକ୍ତି ଆୟକର ଟିକସ ପ୍ରକ୍ରିୟାରେ ନିଜକୁ କୋଟିପତି ଦର୍ଶାଯାଇଛନ୍ତି । ଏହାକୁ ତର୍ଜମା କଲେ ୪ ବର୍ଷ ବ୍ୟବଧାନରେ ଦେଶରେ ୬୦ପ୍ରତିଶତ କୋଟି ପତି ବୃଦ୍ଧି ପାଇଛନ୍ତି । ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟର ଅଫ୍ ଟ୍ୟାକ୍ସେସ ଦ୍ୱାରା ଆୟକର ସମ୍ପର୍କିତ ତଥ୍ୟ ସର୍ବସାଧାରଣ କରିଛନ୍ତି ।

ତାଙ୍କ କହିବା କଥା ଅନୁଯାୟୀ ସୋମବାର ଆୟକର ସମ୍ପର୍କିତ ରିପୋର୍ଟ ସର୍ବସାଧାରଣ କରାଯାଇଛି । ଏହି ତଥ୍ୟ ମୁତାବିକ ଚଳିତ ବର୍ଷ ଆୟକର ବିଭାଗ ପକ୍ଷରୁ ସାଧାରଣ ବ୍ୟବସାୟୀ, କର୍ପୋରେଟର, ଅନୁଷ୍ଠାନ ଓ ଅଭିଭାଜିତ ବଙ୍ଗି ହିନ୍ଦୁ ମଧ୍ୟ ସାମିଲ ରହିଛନ୍ତି । ୨୦୧୪ ଓ ୧୫ ମଧ୍ୟରେ କୋଟିଏରୁ ଊଦ୍ଧ୍ୱର୍ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୮୮,୬୪୯ ଥିବା ବେଳେ ୨୦୧୭-୧୮ ମଧ୍ୟରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧ଲକ୍ଷ ୪୦ ହଜାର ୧୩୯ ଜଣ ଲକ୍ଷପତି ପାଲଟିଛନ୍ତି । ସିବିଡିଟିର ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରାଙ୍କ ମନ୍ତବ୍ୟ ଅନୁଯାୟୀ ତାଙ୍କ ସମୟକାଳରେ ଆୟକର ପୈଠ ପ୍ରକ୍ରିୟାକୁ ସରଳ ଓ ସଚେତନତା ସୃଷ୍ଟି କରିବା ଦ୍ୱାରା ଆୟକର ଦାଖଲରେ ବୃଦ୍ଧି ଘଟିଛି ।

ଏହିପରି ଆକଳନ ବର୍ଷ ୨୦୧୪-୧୫ରୁ ଆକଳନ ବର୍ଷ ୨୦୧୭-୧୮ ମଧ୍ୟରେ ଏକ କୋଟିରୁ ଅଧିକ ବାର୍ଷିକ ଆୟ କରୁଥିବା ବ୍ୟକ୍ତିଗତ କରଦାତାଙ୍କ ସଂଖ୍ୟା ୪୮ ହଜାର ୪୧୬ରୁ ବୃଦ୍ଧି ପାଇ ୮୧ ହଜାର ୩୪୪ ହୋଇଛି । ଗତ ଚାରିବର୍ଷରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ୬୮ ପ୍ରତିଶତ ବୃଦ୍ଧି ଘଟିଛି । ସିବିଡିଟିର ଅଧ୍ୟକ୍ଷ ସୁଶୀଲ ଚନ୍ଦା କୋଟିପତି କରଦାତାଙ୍କ ସଂଖ୍ୟା ବୃଦ୍ଧି ଘଟିବାର ଶ୍ରେୟ ଆୟକର ବିଭାଗର ବିଭିନ୍ନ ପଦକ୍ଷେପକୁ ଦିଆଯାଇଛି ।

ଆୟକର ବିଭାଗ ପକ୍ଷରୁ ଗତ ଚାରିବର୍ଷ ସମୟରେ ନିୟମରେ ସୁଧାର, ସୂଚନାର ପ୍ରସାର ଓ କଠୋରତର ସହ କାନୁନର ପାଳନ କରିବା ପରିଣାମ ସ୍ୱରୂପ ଏବେ କୋଟିପତି କରଦାତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ସୁଶୀଲ ଚନ୍ଦା କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ