Connect with us

ଦେଶ

ପୁଅଙ୍କ ବିବାହ ବୟସ ୧୮-ଆବେଦନ ଖାରଜ

ସାଙ୍କେତିକ ଚିତ୍ର

ପୁଅଙ୍କ ବିବାହ ବୟସ ୧୮
ଆବେଦନ ଖାରଜ
ନୂଆଦିଲ୍ଲୀ,୨୨ା୧୦ : ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ ବର୍ଷକୁ ହ୍ରାସ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିବା ସହିତ ଏନେଇ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି । ଏହାସହିତ ମାମଲା ଦାୟର କରିଥିବା ଆଇନଜୀବୀଙ୍କ ଉପରେ ୨୫୦୦୦ ଟଙ୍କାର ଜରିମାନା ଲଗାଇଛନ୍ତି ।

ଆଇନଜୀବୀ ଅଶୋକ ପାଣ୍ଡେ ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷରୁ ୧୮ବର୍ଷକୁ ହ୍ରାସ କରିବା ପାଇଁ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ତେବେ ଆମ ଦେଶରେ ବିବାହ ପାଇଁ ପୁଅଙ୍କ ବୟସ ୨୧ ବର୍ଷ ଓ ଝିଅଙ୍କ ପାଇଁ ୧୮ ବର୍ଷ ବୟସକୁ ଆଇନଗତ ମାନ୍ୟତା ମିଳିଛି । ଏହା ପୂର୍ବରୁ ଆଇନ ମନ୍ତ୍ରାଳୟ ମଧ୍ୟ ପ୍ରସ୍ତାବ ଦେଇଥିଲା କି ସମସ୍ତ ଧର୍ମର ପୁରୁଷ ଏବଂ ମହିଳାଙ୍କ ବିବାହ ବୟସ ୧୮ ବର୍ଷ କରିଦେବା ଉଚିତ । ଆଇନ ପରାମର୍ଶଦାତାଙ୍କ ପ୍ୟାନେଲ ଅଦାଲତକୁ ଦେଇଥିବା ଦସ୍ତାବେଜରେ କହିଥିଲେ ଯେ, ଯଦି ଏହି ବୟସରେ ଜଣେ ନାଗରିକ ନିଜ ସରକାର ବାଛିବା ପାଇଁ ମତଦାନର ଅଧିକାର ପାଇଛନ୍ତି, ତେଣୁ ତାଙ୍କୁ ନିଜ ଜୀବନସାଥୀ ବାଛିବା ପାଇଁ ଯୋଗ୍ୟ ବିବେଚନା କରାଯାଉ ।

ଆଇନ ପରାମର୍ଶଦାତାଙ୍କ ପ୍ୟାନେଲ ନିଜର ଯୁକ୍ତି ଦର୍ଶାଇ କହିଥିଲେ କି ପର୍ସନାଲ ଲ’ରେ ସଂଶୋଧନ ଆଣି ବାଲ୍ୟ ବିବାହକୁ ରୋକାଯାଇ ପାରିବ ଏବଂ ଅସମାନତାକୁ ଦୂର କରାଯାଇ ପାରିବ । ବିବାହ ପାଇଁ ପୁଅର ବୟସ ୨୧ ଓ ଝିଅଙ୍କ ବୟସ ୧୮ ବର୍ଷ ରହିବା ଦ୍ୱାରା କଠୋରପନ୍ଥୀ ବା ରୁଢ଼ୀବାଦୀ ସମାଜକୁ ପ୍ରୋତ୍ସାହନ ଦିଆଯାଉଛି କି ସ୍ତ୍ରୀ, ସ୍ୱାମୀଠାରୁ ବୟସରେ ସାନ ହେବା ଆବଶ୍ୟକ । ପ୍ୟାନେଲ ଯୁକ୍ତି ଦର୍ଶାଇଥିଲେ ଯେ, ହିନ୍ଦୁ ଆଇନ ଅନୁସାରେ ୧୬ ବର୍ଷର ଝିଅ ଏବଂ ୧୮ ବର୍ଷର ପୁଅ ବିବାହ ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି । ତେବେ ମୁସଲିମ୍ ଆଇନ ଅନୁସାରେ ଏହାକୁ ନାବାଳିକା ବା ବାଲ୍ୟ ବିବାହ ବୋଲି ବିବେଚନା କରାଯାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ