Connect with us

ଦେଶ

୩୭୦ ଉଚ୍ଛେଦ ପରେ ଏବେ ଅମିତ ଶାହଙ୍କ ଆଗାମୀ ମିଶନ ବେଆଇନ ବଙ୍ଗଳାଦେଶୀ ଅନୁପ୍ରବେଶ ’

ସାଙ୍କେତିକ

୩୭୦ ଉଚ୍ଛେଦ ପରେ ଏବେ ଅମିତ ଶାହଙ୍କ ଆଗାମୀ ମିଶନ ବେଆଇନ ବଙ୍ଗଳାଦେଶୀ ଅନୁପ୍ରବେଶ ’
ନୂଆଦିଲ୍ଲୀ, ୦୮ ଅଗଷ୍ଟ – କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜାମ୍ମୁ କାଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ ଓ ଜାମ୍ମୁ କାଶ୍ମୀରର ପୁନର୍ଗଠନ କରିବା ପରେ ନିଜର ପ୍ରଥମ ଆନ୍ତର୍ଜାତିକ ବୈଠକରେ ବଙ୍ଗଳାଦେଶକୁ ପୂର୍ବୋତର ଭାରତରେ ହେଇଥିବା ଅବୈଧ ଅନୁପ୍ରବେଶ ସମ୍ପର୍କରେ ଅବଗତ କରାଇଛନ୍ତି ।
ଗୃହମନ୍ତ୍ରୀ ସ୍ତରୀୟ କଥାବାର୍ତାର ସପ୍ତମ ବୈଠକରେ ବଙ୍ଗଳାଦେଶର ଗୃହ ମନ୍ତ୍ରୀ ଅସଦ ଉଜ ଜମା ଖାନଙ୍କ ସହିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର କୌଣସି ବିଦେଶୀ ନେତା ସହ ପ୍ରଥମ ସାକ୍ଷାତ ଥିଲା ।
ଗୃହ ମନ୍ତ୍ରୀ ଶାହ ଏହି ବୈଠକରେ ପୂର୍ବୋତର ଭାରତରେ ଅନୁପ୍ରବେଶ ସମସ୍ୟାର ସମାଧାନ ଖୋଜିବା ସହ ଏହି ବିଷୟରେ ଭାରତର ଚିନ୍ତାକୁ ବ୍ୟକ୍ତ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ