Connect with us

ଦେଶ

ରାମ ମନ୍ଦିରର ସମର୍ଥନରେ ମୁସଲମାନ ମାନେ ଠିଆ ହେବାକୁ ଅପିଲ କଲେ ବାବା ରାମଦେବ

ସାଙ୍କେତିକ

ରାମ ମନ୍ଦିରର ସମର୍ଥନରେ ମୁସଲମାନ ମାନେ ଠିଆ ହେବାକୁ ଅପିଲ କଲେ ବାବା ରାମଦେବ
ପ୍ରୟାଗରାଜ.୦୮ ଅଗଷ୍ଟ – ରାମ, କୃଷ୍ଣ, ଶିବ ହେଉଛନ୍ତି ଆମର ପୂର୍ବପୁରୁଷ । ଭାରତର ମୁସଲମାନ ମାନଙ୍କର ମଧ୍ୟ ସେମାନେ ପୂର୍ବପୁରୁଷ । କାରଣ ଭାରତର ମୁସଲମାନ ମାନେ କେଉଁ ବାହାରୁ ଆସି ନାହାନ୍ତି । ସେମାନଙ୍କର ଡିଏନଏ ବାହାରର ନୁହେଁ । ଭାରତର ମୁସଲମାନ ମାନେ ମକ୍କା ମଦିନା, ୟୁନାନ ମିଶରରୁ ଆସି ନାହାନ୍ତି । ସେମାନେ ଏଇ ଭାରତର । ତେଣୁ ଭାରତର ମୁସଲମାନ ମାନେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଠିଆ ହୁଅନ୍ତୁ । ପ୍ରୟାଗରାଜରେ ବାବା ରାମଦେବ ସାମ୍ବାଦିକ ମାନଙ୍କ ସହ ଆଲୋଚନାରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ମଧ୍ୟସ୍ଥତା ଜରିଆରେ ରାମ ମନ୍ଦିରର ସମାଧାନ ବାହାରିବାର ଥିଲେ ଏହା ବାହାରି ସାରନ୍ତାଣି । ଏବେ ନ୍ୟାୟାଳୟକୁ ସାହସ ଦେଖାଇବାକୁ ପଡିବ । ଯଦି ନ୍ୟାୟାଳୟ ଦ୍ୱାରା ସଠିକ ନିଷ୍ପତି ନିଆ ଯିବ ନାହିଁ ତେବେ ଆଇନ ଦ୍ୱାରା ରାମ ମନ୍ଦିର ନିର୍ମାଣ ହେବ । କିନ୍ତୁ ରାମ ମନ୍ଦିର ନିର୍ମାଣ ହେବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ