Connect with us

ଦେଶ

ଧାରା -୩୭୦ ହଟାଇବାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ସମ୍ପର୍କରେ ଶୀଘ୍ର ଶୁଣାଣୀ ପାଇଁ ମନା କଲେ ସୁପ୍ରୀମକୋର୍ଟ

ସାଙ୍କେତିକ

ଧାରା -୩୭୦ ହଟାଇବାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ସମ୍ପର୍କରେ ଶୀଘ୍ର ଶୁଣାଣୀ ପାଇଁ ମନା କଲେ ସୁପ୍ରୀମକୋର୍ଟ
ନୂଆଦିଲ୍ଲୀ, ୦୮ ଅଗଷ୍ଟ- ଧାରା -୩୭୦ ହଟାଇବାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତି ସମ୍ପର୍କରେ ଶୀଘ୍ର ଶୁଣାଣୀ କରିବାକୁ ସୁପ୍ରୀମକୋର୍ଟରେ କରା ଯାଇଥିବା ଆବେଦନର ଶୀଘ୍ର ଶୁଣାଣୀ କରିବାକୁ ସୁପ୍ରୀମ କୋର୍ଟ ମନା କରି ଦେଇଛନ୍ତି । ଜଷ୍ଟିସ ଏନଭି ରମନ୍ନାଙ୍କ ବେଂଚ ଏହି ମାମଲାର ଶୀଘ୍ର ଶୁଣାଣୀ କରିବାକୁ ମନା କରିଛନ୍ତି ।
ମନୋହର ଲାଲ ଶର୍ମା ନାମକ ଜଣେ ଓକିଲ ସୁପ୍ରିମକୋର୍ଟରେ ଏହି ମାମଲାର ଶୀଘ୍ର ଶୁଣାଣୀ ପାଇଁ ଆବେଦନ କରିଥିଲେ । ସେ ତର୍କ ଦେଇଥିଲେ ଯେ ଏହି ମାମଲାରେ ପାକିସ୍ତାନ ମିଳିତ ଜାତିସଂଘକୁ ଯାଇ ପାରେ । ତେଣୁ ଏହାର ଶୀଘ୍ର ଶୁଣାଣୀ କରା ଯାଉ । ଏ ବାବଦରେ ବେଂଚ ପଚାରିଥିଲେ ଯେ କଣ ଜାତି ସଂଘ ରାଷ୍ଟ୍ରପତିଙ୍କ ଆଦେଶ କିମ୍ବା ସମ୍ବିଧାନରେ ସଂଶୋଧନ କରି ପାରିବ ?

Click to comment

Leave a Reply

Your email address will not be published. Required fields are marked *

More in ଦେଶ