Connect with us

ଦେଶ

୩୪ ବର୍ଷ ପରେ କୋର୍ଟ ଶୁଣାଇଲେ ମୃତ୍ୟୁ ସଜ୍ଜା

ସାଙ୍କେତିକ ଚିତ୍ର

୧୯୮୪ ଶିଖ ଦଙ୍ଗା
୩୪ ବର୍ଷ ପରେ କୋର୍ଟ ଶୁଣାଇଲେ ମୃତ୍ୟୁ ସଜ୍ଜା
ନୂଆଦିଲ୍ଲୀ,୨୦ା୧୧ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସହ ଜଡିତ ମାମଲାରେ କୋର୍ଟ ୩୪ ବର୍ଷ ପରେ ମୃତ୍ୟୁର ସଜା ଶୁଣାଇଛନ୍ତି । ମଙ୍ଗଳବାର ଦିଲ୍ଲୀର ଏକ ଅଦାଲତ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ନରେଶ ସହରାୱତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିବା ବେଳେ ଯଶପାଲ ସିଂହଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗତ ସପ୍ତାହରେ କୋର୍ଟ ଏହି ମାମଲାରେ ସମ୍ବନ୍ଧିତ ସବୁ ପକ୍ଷଙ୍କୁ ଶୁଣିବା ପରେ ନିଜର ରାୟ ଦେଇଛନ୍ତି । ସଜା ଉପରେ ବିତର୍କ ସମୟରେ ଅଭିଯୋଜନ ଓ ପୀଡିତଙ୍କ ଓକିଲ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି କରିଥିବା ବେଳେ ଅପରପକ୍ଷେ ସଜା କମ କରିବାକୁ ଗୁହାରି କରିଥିଲେ । କେନ୍ଦ୍ରର ଆଦେଶ ନେଇ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଗତ ସପ୍ତାହରେ ଅତିରିକ୍ତ ସେସନ ଜଜ ଅଜୟ ପାଣ୍ଡେଙ୍କ ସମ୍ମୁଖରେ ସଜା ଉପରେ ବିତର୍କ ସମୟରେ ଦଲିଲ ଦେଇଥିଲେ ଯେ, ଦୋଷୀଙ୍କ ଅପରାଧ ବହୁତ ଗମ୍ଭୀର ପ୍ରବୃତିର । ଘଟଣା ଘଟାଇବା ପାଇଁ ପୂରା ଷଡଯନ୍ତ୍ର ରଚା ଯାଇଥିଲା । ଏଥିପାଇଁ ହତ୍ୟାର ଅପରାଧରେ ଦୋଷୀଙ୍କୁ କଠୋର ସଜା ସ୍ୱରୂପ ଫାଶୀ ଦଣ୍ଡାଦେଶ ଶୁଣାଯାଉ ।

ଅନ୍ୟପଟେ ପୀଡିତଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ କାଉନସିଲ ଏଚ୍ଏସ୍ ଫୁଲ୍କା ମଧ୍ୟ ଏସ୍ଆଇଟଇକୁ ସମର୍ଥନ କରିଥିଲେ ଏବଂ ଦଲିଲ ଦେଇଥିଲେ ଯେ ଅଦାଲତଙ୍କ ନିଷ୍ପତ୍ତି କେବଳ ଦଙ୍ଗା ପୀଡିତଙ୍କ ପାଇଁ ନୁହେଁ, ଏହା ଉପରେ ପୂରା ଦୁନିଆର ନଜର ରହିଛି । ସୂଚନାଯୋଗ୍ୟ ଯେ, ଏହି ମାମଲା ହରଦେବ ସିଂହଙ୍କ ଭାଇ ସନ୍ତୋଖ ସିଂହ ଦାୟର କରିଥିଲେ । ଦିଲ୍ଲୀ ପୋଲିସ ପ୍ରମାଣ ଅଭାବରୁ ୧୯୯୪ରେ ଏହି ମାମଲା ବନ୍ଦ କରି ଦେଇଥିଲେ । ମାତ୍ର ଦଙ୍ଗା ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମାମଲାକୁ ପୁନର୍ବାର ଖୋଲିଥିଲେ ।

ସୂଚନାଥାଉ କି, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ଅନେକ ସହରରେ ଦଙ୍ଗା ହୋଇଥିଲା । ଏହି ସମୟରେ ଦିଲ୍ଲୀର ମହିପାଲପୁର ଅଞ୍ଚଳରେ ଦୁଇଜଣ ଶିଖ ଯୁବକଙ୍କୁ ହତ୍ୟା କରାଯାଇଥିଲା । ମଙ୍ଗଳବାର ଏହି ମାମଲାରେ ଯଶପାଲ ଓ ନରେଶଙ୍କୁ ସଜା ହୋଇଛି । ଏହାପୂର୍ବରୁ ଦୁଇ ଅଭିଯୁକ୍ତ ଆଇପିସିର ଅନେକ ଧାରା ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ