Connect with us

ଦେଶ

୨୦୧୯ ନିର୍ବାଚନ ଲଢ଼ିବେନି ସୁଷମା

ସାଙ୍କେତିକ ଚିତ୍ର

୨୦୧୯ ନିର୍ବାଚନ ଲଢ଼ିବେନି ସୁଷମା
ନୂଆଦିଲ୍ଲୀ,୨୦ା୧୧ : ମୋଦି ସରକାରରେ ଟାଣୁଣା ନେତ୍ରୀ ଭାବେ ପରିଚିତ ସୁଷମା ସ୍ୱରାଜ ୨୦୧୯ ଲୋକସଭା ନିର୍ବାଚନରେ ଭାଗ ନେବେ ନାହିଁ । ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଷମା ଏ ସମ୍ପର୍କରେ ଘୋଷଣା କରିଛନ୍ତି । ୬୬ ବର୍ଷ ବୟସ୍କା ଏହି ନେତ୍ରୀ ନିଜ ସ୍ୱାସ୍ଥ୍ୟଗତ କାରଣରୁ ନିର୍ବାଚନରେ ଭାଗ ନ ନେବାକୁ ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି ।

ମୋଦି ସରକାରରେ ସୁଷମା ସ୍ୱରାଜ ଜଣେ ନିର୍ଭିକ ଓ ସଚ୍ଚୋଟ ପ୍ରତିଭା ସମ୍ପନ୍ନ ନାରୀ ନେତ୍ରୀ ଭାବେ ଜଣାଶୁଣା । ବିଦେଶ ମନ୍ତ୍ରୀ ଭାବେ ସୁଷମା ନିର୍ବିକାର ଭାବେ ଭାରତର ପକ୍ଷ ରଖିବା ସହ ସୋସିଆଲ ମିଡିଆରେ ତାଙ୍କ ସକ୍ରିୟତା ବିରୋଧୀଙ୍କୁ ମଧ୍ୟ ବାକରୁଦ୍ଧ କରିଛି । ଭାରତକୁ ଭିନ୍ନ ଭାବେ ସମଗ୍ର ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା କ୍ଷେତ୍ରରେ ସୁଷମାଙ୍କ ଅବଦାନ ଅତୁଳନୀୟ । ୨୦୦୯ରେ ସୁଷମାଙ୍କୁ ସଂସଦରେ ବିରୋଧୀ ଦଳର ନେତ୍ରୀ ଭାବେ ଚୟନ କରାଯାଇଥିଲା । ପୂର୍ବରୁ ମଧ୍ୟ ସେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱ ତୁଲାଇବା ସହ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ