Connect with us

ଦେଶ

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;

ସାଙ୍କେତିକ ଚିତ୍ର

ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ;
ବିଭିନ୍ନ କ୍ଷେତ୍ରର ଶିଳ୍ପ ପ୍ରତିନିଧିଙ୍କୁ କଲେ ସମ୍ବୋଧନ
ନୂଆଦିଲ୍ଲୀ,୨୦ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗର ଏକ କାର୍ଯ୍ୟକ୍ରମରେ ବ୍ୟବସାୟିକ ସୁଗମତା ଗ୍ରାଣ୍ଡ ଚାଲେଞ୍ଜ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସରକାରୀ ପ୍ରକ୍ରିୟାରେ ସଂସ୍କାର ଆଣିବା ଲାଗି କୃତ୍ରିମ ଧିଶକ୍ତି (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଇଂଟରନେଟ ଅଫ ଥିଙ୍ଗସ, ବିଗ ଡାଟା ଏନାଲିଟିକ୍ସ, ବ୍ଲକ୍ ଚେନ ଏବଂ ଅନ୍ୟ ଅତ୍ୟାଧୁନିକ ପ୍ରଯୁକ୍ତି ଆଧାରରେ ଅଭିନବ ବିଚାରଗୁଡ଼ିକୁ ଆମନ୍ତ୍ରଣ କରିବା ଏହି ଚାଲେଞ୍ଜର ଉଦ୍ଦେଶ୍ୟ । ଷ୍ଟାର୍ଟଅପ୍ ଇଣ୍ଡିଆ ପୋର୍ଟାଲ ଏହି ଗ୍ରାଣ୍ଡ ଚାଲେଞ୍ଜ ପାଇଁ ମଂଚ ପ୍ରଦାନ କରୁଛି ।

ଏହି ଅବସରରେ ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରକ୍ରିୟାରେ ମାନବୀୟ ହସ୍ତକ୍ଷେପ ହ୍ରାସ କରିବା ଏବଂ ଆଧୁନିକ ଏବଂ ଡିଜିଟାଲ ପ୍ରଯୁକ୍ତିର ଉପଯୋଗକୁ ବୃଦ୍ଧି କରିବା ଜରୁରୀ । ସେ କହିଥିଲେ ଯେ ଏହା ଉପରେ ଆଧାରିତ ଏକ କର୍ମସଂସ୍କୃତି ନୀତି ପରିଚାଳିତ ପ୍ରଶାସନକୁ ଆହୁରି ପ୍ରୋତ୍ସାହିତ କରିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ