Connect with us

ଅପରାଧ

୧୮ଘଣ୍ଟା ଧରି ମେଡିକାଲରେ ପଡିରହିଲା ମୃତକଙ୍କ ଶବ

ସାଙ୍କେତିକ ଚିତ୍ର

୧୮ଘଣ୍ଟା ଧରି ମେଡିକାଲରେ ପଡିରହିଲା ମୃତକଙ୍କ ଶବ
ଶବ ଘରକୁ ନେବା ପାଇଁ ପତ୍ନୀଙ୍କ ଭିକ୍ଷା
ପଟ୍ଟାମୁଣ୍ଡାଇ,୧୩ା୧୧: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମେଡିକାଲରେ ମୃତ ବ୍ୟକ୍ତିଙ୍କ ଶବକୁ ଘରକୁ ନେବା ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ଏହାର ବାସ୍ତବ ରୂପାୟନ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଶ୍ରମିକ ଭାବେ କାମ କରୁଥିବା କେନ୍ଦୁଜର ଅଂଚଳର ଜାଙ୍ଗରାଇ ମୁଣ୍ଡା ୨ମାସ ଧର ଜ୍ୱରରେ ପୀଡିତ ହୋଇ ଭଲ ନହେବାରୁ ଗତକାଲି ଅପରାହ୍ନରେ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି ।

ଆଜି ସକାଳେ ତାଙ୍କ ଶବକୁ ଘରକୁ ନେବା ପାଇଁ ଅସହାୟା ପତ୍ନୀ ମିନତୀ ମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରଶାସନିକ ଅଧିକାରୀମାନଙ୍କ ସହାୟତା ଲୋଡିବା ବେଳେ ସେମାନେ ଏଥିପାଇଁ ସରକାରୀ ବ୍ୟବସ୍ଥା ନଥିବା କହି ଅସହାୟତା ପ୍ରକାଶ କରିବାରୁ ବାଧ୍ୟ ହୋଇ ତାଙ୍କ ପତ୍ନୀ ମୃତ ସ୍ୱାମୀଙ୍କ ଶବକୁ ସୁଦୂର କେନ୍ଦୁଝର ଘରକୁ ନେବା ପାଇଁ ପଟ୍ଟାମୁଣ୍ଡାଇ ମେଡିକାଲ ପରିସରରେ ଭିକ୍ଷା କରିବା ସମଗ୍ର ସରକାରୀ ବ୍ୟବସ୍ଥାକୁ ଉପହାସ କରିଛି । ତେବେ ସରକାରଙ୍କ ପକ୍ଷରୁ ଶବବୁହା ମହାପରାୟଣ ଗାଡିର ବ୍ୟବସ୍ଥା ଓ ଶବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା କାହା ପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ଅଭାବନୀୟ ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।

ପଟ୍ଟାମୁଣ୍ଡାଇ ଦଳିତ ଜାତିସଂଘ ପକ୍ଷରୁ ସଭାପତି କଳ୍ପତରୁ ମଳିକ, ବାବାଜି ମଳିକ, ବାରେଣୀ ସେଠୀ, କୁମର ମଳିକ, ମନୋଜ ମଳିକ, ଗୋଲକ ବିହାରୀ ମଳିକ, ମହେଶ୍ୱର ସେଠୀ ପ୍ରମୁଖ ବହୁ କର୍ମକର୍ତା ଏହି ଘଟଣାର ଉଦବେଗ ପ୍ରକାଶ କରିବା ସହିତ ମୃତ ମୁଣ୍ଡାଙ୍କ ପତ୍ନୀଙ୍କୁ ସଂଘ ପକ୍ଷରୁ ୨ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ