Connect with us

ଓଡିଶା

ଏମ୍ଆଇଓ କନକ୍ଳେଭରେ ୪ ଲକ୍ଷ କୋଟି ପୁଞ୍ଜି ନିବେଶ ପ୍ରସ୍ତାବ

ସାଙ୍କେତିକ ଚିତ୍ର

ଏମ୍ଆଇଓ କନକ୍ଳେଭରେ ୪ ଲକ୍ଷ କୋଟି ପୁଞ୍ଜି ନିବେଶ ପ୍ରସ୍ତାବ
୬ଲକ୍ଷ ନିଯୁକ୍ତି ସମ୍ଭାବନା : ମୁଖ୍ୟମନ୍ତ୍ରୀ
୨୦୨୦ ନଭେମ୍ବରରେ କନକ୍ଳେଭର ତୃତୀୟ ସଂସ୍କରଣ
ଭୁବନେଶ୍ୱର,୧୩ା୧୧: ଆସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର କନକ୍ଲେଭରେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ, ଚଳିତ କନକ୍ଳେଭରେ ସମୁଦାୟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଂଜି ନିବେଶ ପ୍ରସ୍ତାବ ଆସିଛି । ଏହି କନକ୍ଲେଭ ଦ୍ୱାରା ୬ ଲକ୍ଷ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ଅଛି । ସେହିପରି ୧୫ଟି ସେକ୍ଟରରେ ପୁଂଜି ନିବେଶ ଲାଗି ପ୍ରସ୍ତାବ ଆସିଛି । ସେହିପରି ତାଇସ୍ୱାନ କମ୍ପାନୀ ୪୩ ହଜାର କୋଟି ଟଙ୍କା ବିନିଯୋଗ କରିବା ପ୍ରସ୍ତାବ ଦେଇଥିଲା ବେଳେ ଲଜିଷ୍ଟିକ୍ ସେକ୍ଟରରେ ଡଚ୍ କମ୍ପାନୀ ପୁଂଜି ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ହଳଦିଆ ପେଟ୍ରୋଲ କେମିକାଲ ୭୦ ହଜାର କୋଟି ଟଙ୍କା, ଜେଏସପିଏ ୬୦ ହଜାର ୯୫୦ କୋଟି ଟଙ୍କା, ଏମସିଏଲ ୫୮ ହଜାର କୋଟି ଟଙ୍କା, ଜାପାନ ଫୁଡ଼୍ ପ୍ରସେସିଂରେ ଟଙ୍କା ବିନିଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ସମ୍ପୃକ୍ତ କନକ୍ଲେଭ ସଫଳ ହୋଇଛି । ଏଥିପାଇଁ ଶିଳ୍ପପତି ମାନଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ଏବଂ ଜାପାନ ପାର୍ଟନର ହୋଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଯୁବକ ଦକ୍ଷତା ମେକ୍ ଇନ୍ ଓଡ଼ିଶାର ମୂଳ ଲକ୍ଷ ବୋଲି ସେ କହିଥିଲେ । ୨୧ଟି ରାଜ୍ୟ ସମେତ ୧୯ଟି ଦେଶର ୫ ହଜାର ୭୪ ପ୍ରତିନିଧି ଦ୍ୱିତୀୟ ସଂସ୍କରଣ କନକ୍ଲେଭରେ ଯୋଗଦେଇଥିଲେ । ଏହା ସହିତ ଜାପାନ ସମେତ ୧୯ଟି ଦେଶ ଏଥିରେ ଯୋଗ ଦେଇଥିଲେ । ୩୧ ହଜାର ୮୦୬ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଅଗଷ୍ଟ ୮ରୁ ଏହାର କ୍ୟାମ୍ପେନ ବମ୍ବେରୁ ଆରମ୍ଭ ହୋଇଥିଲା । ୭ ଲକ୍ଷ ୭୮ ହଜାର ୪୮୫ ଟୁଇଟ୍ ଓ ଫେସବୁକ କ୍ୟାମ୍ପେନରେ ନିୟୋଜିତ ଥିଲେ । ମେକ୍ ଇନ୍ ଓଡ଼ିଶା କନକ୍ଳେଭ-୨୦୧୮ର ଆଜି ତୃତୀୟ ଦିବସରେ ଆନୁସଙ୍ଗିକ ଶିଳ୍ପ କ୍ଷେତ୍ରରେ ନିବେଶ ଉପରେ ଆଲୋଚନା ହେଉଛି ।

ସୋମବାର କନକ୍ଳେଭର ଦ୍ୱିତୀୟ ଦିବସରେ ଦେଶର ଘରୋଇ କ୍ଷେତ୍ର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ବହୁ ବିଶିଷ୍ଟ ଶିଳ୍ପପତି, ବ୍ୟାଙ୍କ ମୁଖ୍ୟଙ୍କ ସମେତ ବିଦେଶ ପ୍ରତିନିଧି ଓ ବିଶେଷଜ୍ଞ ଯୋଗ ଦେଇଥିଲେ । ଓଡ଼ିଶାର ଶିଳ୍ପାୟନ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ମତ ରଖିବା ଅବସରରେ ସେମାନେ ରାଜ୍ୟରେ ପର୍ଯ୍ୟାପ୍ତ ନିବେଶ ସୁଯୋଗ ଓ ଶିଳ୍ପାୟନର ଉଜ୍ଜ୍ୱଳ ଭବିଷ୍ୟତ ଥିବା କହିଥିଲେ । ଏହି ଅବସରରେ ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ପୁଞ୍ଜି ନିବେଶ ଓ ବିପୁଳ ନିଯୁକ୍ତି ସୁଯୋଗ ସମ୍ପର୍କରେ ପ୍ରତିଶ୍ରୁତି ମିଳିଥିଲା । ଖଣି, ନିର୍ମାଣ ଓ ଇସ୍ପାତ ଶିଳ୍ପ ବ୍ୟତୀତ ନିବେଶ ପାଇଁ ଆହୁରି ଅନେକ ବିକଳ୍ପ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପପତିମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ କହିଥିଲେ ।

ମଙ୍ଗଳବାର ତୃତୀୟ ଦିବସରେ ସ୍ୱାସ୍ଥ୍ୟ, ପୋଷାକ ଓ ବୟନଶିଳ୍ପ, ଧାତବ ଆନୁସଙ୍ଗିକ ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ରସାୟନ ଓ ପେଟ୍ରୋରସାୟନ, ଷ୍ଟାର୍ଟଅପ, ମହାକାଶ ଓ ପ୍ରତିରକ୍ଷା ସାମଗ୍ରୀ, କୃଷି ବ୍ୟବସାୟ, ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ପୁଞ୍ଜି ନିବେଶ ସମ୍ଭାବନା ସଂକ୍ରାନ୍ତରେ ଆଲୋଚନା ହେଉଛି । କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଯୋଜନା’ର ସମାନ୍ତରାଳ ଭାବେ ଓଡ଼ିଶା ସରକାର ଆରମ୍ଭ କରିଥିବା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଏବେ ଚର୍ଚ୍ଚାରେ ରହିଛି । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୁଞ୍ଜି ନିବେଶକୁ ସର୍ବାଦୌ ଗୁରୁତ୍ୱ ଦିଆଯାଉଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଷ୍ଟାର୍ଟଅଫ୍ ଶିଳ୍ପ ପ୍ରତିଷ୍ଠାକୁ ଗୁରୁତ୍ୱ ଦେଉଥିବାରୁ ଆଜିର ବୈଠକକୁ ଯୁବବର୍ଗଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା