Connect with us

ଆଞ୍ଚଳିକ

ଏଏସଆଇର ରିପୋର୍ଟ ଉପରେ ସଂସ୍କୃତି ବିଭାଗ ଅନୁଧ୍ୟାନ କରିବ-ମନ୍ତ୍ରୀ ଅଶୋକ ପଣ୍ଡା

ସାଙ୍କେତିକ ଚିତ୍ର

ଏଏସଆଇର ଷ୍ଟିଅରିଂ କମିଟି ବୈଠକ କୋଣାର୍କରେ ହେଉ
ଏଏସଆଇର ରିପୋର୍ଟ ଉପରେ ସଂସ୍କୃତି ବିଭାଗ ଅନୁଧ୍ୟାନ କରିବ-ମନ୍ତ୍ରୀ ଅଶୋକ ପଣ୍ଡା
ଭୁବନେଶ୍ୱର :- କୋଣାର୍କର ସଂରକ୍ଷଣ ଓ ସୁରକ୍ଷା ସମ୍ପର୍କରେ ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ଭାରତୀୟ ପ୍ରତ୍ନତାତ୍ୱିକ ସଂସ୍ଥା(ଏଏସଆଇ) ଏକ ରିପୋର୍ଟ ଦେବେ ଓ ଏହା ଉପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗଠିତ ବିଶେଷଜ୍ଞ ମଣ୍ଡଳୀ ଦ୍ୱାରା ଅନୁଧ୍ୟାନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ଆଜି ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସଚିବାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ କୋଣାର୍କ ମନ୍ଦିର ସଂରକ୍ଷଣ ନେଇ ଏଏସଆଇର ଭୂମିକା ବାବଦରେ ଆଲୋଚନା ହୋଇଥିଲା । ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଷ୍ଟିୟରିଂ କମିଟିର ବୈଠକ ତୁରନ୍ତ କୋଣାର୍କ ଠାରେ ଡକାଇବାକୁ ମଧ୍ୟ ଶ୍ରୀ ପଣ୍ଡା ପ୍ରସ୍ତାବ ଦେଇଛନ୍ତି ।
୧୯୯୭ ଓ ୨୦୧୦ରେ ଆୟୋଜିତ ଦୁଇଟି ଆନ୍ତର୍ଜାତିକ ସମ୍ମିଳନୀରେ ବିଶ୍ୱ ଐତିହ୍ୟସ୍ଥଳ ମାନ୍ୟତାପ୍ରାପ୍ତ କୋଣାର୍କର ରକ୍ଷଣାବେକ୍ଷଣ ଓ ସୌନ୍ଦର୍ଯ୍ୟ ସୁରକ୍ଷା ନେଇ ସୁପାରିଶମାନ କରାଯାଇଥିଲା । ଏହି ସୁପାରିଶଗୁଡ଼ିକର କାର୍ଯ୍ୟାନ୍ୱୟନ କେତେଦୂର ହୋଇଛି, ସେ ବାବଦରେ ଏଏସଆଇ ସ୍ପଷ୍ଟ କରିବା ଉଚିତ ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଆର୍. ବାଲକ୍ରିଷ୍ଣନ ବୈଠକରେ ଉପସ୍ଥିତ ରହି କହିଥିଲେ ଯେ କୋଣାର୍କ ମନ୍ଦିରର ଢାଂଚାଗତ ସ୍ଥାୟୀତ୍ୱ ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ । ସଂରକ୍ଷଣ ଓ ପୁନରୁଦ୍ଧାର ବାବଦରେ ସବିଶେଷ କାର୍ଯ୍ୟପ୍ରଣାଳୀ ପ୍ରସ୍ତୁତ ହେବା ଆବଶ୍ୟକ । ମନ୍ଦିରର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟକୁ ଅକ୍ଷୂର୍ଣ୍ଣ ଓ ସୁରକ୍ଷିତ ରଖାଯିବା ଉଚିତ ବୋଲି ଶ୍ରୀ ବାଲକ୍ରୀଷ୍ଣନ ମତ ଦେଇଥିଲେ ।

ଉପରୋକ୍ତ ଆନ୍ତର୍ଜାତିକ ସମ୍ମିଳନୀର ସୁପାରିଶକୁ ଏଏସଆଇ କୋଣାର୍କ ସଂରକ୍ଷଣ କ୍ଷେତ୍ରରେ କେତେଦୂର ପରିପାଳନ କରିଛି ସେ ବାବଦରେ ଆସନ୍ତା ମାସ ୧୫ ପୂର୍ବରୁ ଏକ ରିପୋର୍ଟ ଦେବାପରେ ତାହା ଉପରେ ସଂସ୍କୃତି ବିଭାଗ ତନଖି କରିବା ସହିତ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ବୈଠକରେ ଅଧ୍ୟକ୍ଷତା କରି ଉଲ୍ଲେଖ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ