Connect with us

ଦେଶ

ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ :-ମୋଦି ସରକାର ପାଇଁ ସତର୍କ ଘଂଟି l

ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ

ହିଂସା ଅଧ୍ୟୁଷିତ ଦେଶ ତାଲିକାରେ ଭାରତ ତୃତୀୟ
ନୂଆଦିଲ୍ଲୀ,୨୨ା୯ : ଭାରତ ବିଶ୍ୱର ତୃତୀୟ ସର୍ବବୃହତ ହିଂସାଗ୍ରସ୍ତ ଦେଶ । ଇରାକରେ ସବୁଠାରୁ ଅଧିକ ଆତଙ୍କ ସୃଷ୍ଟି ହେଉଥିବା ବେଳେ ଆଫଗାନିସ୍ତାନ ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛି । ଆମେରିକାର ବୈଦେଶିକ ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଭାରତରେ ହେଉଥିବା ଆତଙ୍କବାଦ ବା ହିଂସା ମଧ୍ୟରୁ ୫୩% ସିପିଆଇ ମାଓବାଦୀଙ୍କ ଦ୍ୱାରା ସଂଗଠିତ ହେଉଛି । ଆଇଏସ୍, ତାଲିବାନ ଓ ଏଆଇ ଶାବାବ ପରେ ନକ୍ସଲ ସଂଗଠନ ଚତୁର୍ଥ ହିଂସା ବା ଆତଙ୍କ ଭଦ୍ରେକକାରୀ ସଂଗଠନର ମାନ୍ୟତା ପାଇଛି । ୨୦୧୫ ପର୍ଯ୍ୟନ୍ତ ପାକିସ୍ତାନ ତୃତୀୟ ସର୍ବାଧିକ ହିଂସା ଅଧ୍ୟୁଷିତ ଦେଶ ଭାବେ ପରିଗଣିତ ହେଉଥିବା ବେଳେ ୨୦୧୭ରୁ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୧୭ରେ ଭାରତରେ ହିଂସାତ୍ମକ ଘଟଣା ୨୪% ବୃଦ୍ଧି ପାଇଥିଲା । ୨୦୧୭ରେ ମୋଟ ୮୬୦ଟି ଆତଙ୍କ ବା ହିଂସାତ୍ମକ ଘଟଣା ଘଟିଥିବା ବେଳେ ସେଥିମଧ୍ୟରୁ ୨୫% କେବଳ ଜାମ୍ମୁକାଶ୍ମୀରରେ ଘଟିଛି । ୧୫% ଛତିଶଗଡ଼ରେ ଓ ୧୦% ପଶ୍ଚିମବଙ୍ଗରେ ଘଟିଛି ।

ସେହିଭଳି ଭାରତରେ ୭୪ଟି ଆତଙ୍କବାଦୀ ସଂଗଠନ ସକ୍ରିୟ ଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୧୭ରେ ବିଶ୍ୱରେ ମୋଟ ୮୪୮୪ଟି ଆତଙ୍କବାଦ ଘଟଣା ଘଟିଥିବା ବେଳେ ସେଥିରେ ୧୮,୭୫୩ ଜଣଙ୍କ ମୃତ୍ୟୁ ଘଟିଛି । ୧୯,୪୬୧ ଜଣ ଆହତ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ