Connect with us

ଦେଶ

ଜାମ୍ମୁ-କାଶ୍ମୀରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି l

ଜାମ୍ମୁ-କାଶ୍ମୀରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି

ଜାମ୍ମୁ-କାଶ୍ମୀରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ ଜାରି
ଶ୍ରୀନଗର,୨୨ା୯ : ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ହିଜଭୁଲ ଓ ଲସ୍କର ଆତଙ୍କବାଦୀ ଦ୍ୱାରା ତିନି ପୋଲିସକର୍ମୀଙ୍କ ହତ୍ୟା ଘଟଣାରେ ସେନା ଏବେ ଦକ୍ଷିଣ କାଶ୍ମୀରର ଅନେକ ଜିଲ୍ଲାରେ ବଡ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଘାଟିରେ ତିନିଜଣ ପୋଲିସ କର୍ମୀଙ୍କ ହତ୍ୟା ପରେ ଅଧିକ ସତର୍କ ହୋଇଥିବା ସୁରକ୍ଷା ଏଜେନ୍ସି ଶନିବାର ସକାଳେ ପୁଲୱାମା ଓ ସୋପିଆନର କିଛି ଗାଁରେ ଆତଙ୍କବାଦୀ ଛପି ରହିଥିବାର ସୂଚନା ସେନାକୁ ଦେଇଥିଲେ । ଏହି ଇନପୁଟ୍ ମିଳିବା ପରେ ସେନା ଅନ୍ୟ ସୁରକ୍ଷାବଳ ସହିତ ମିଶି ସୋପିଆନ ଓ ପୁଲୱାମାରେ ଅଧା ଡର୍ଜନରୁ ଅଧିକ ଗାଁକୁ ଘେରାବନ୍ଦି କରି ଆତଙ୍କବାଦୀଙ୍କ ତଲାସି ଅଭିଯାନ ଆରମ୍ଭ କରିଛନ୍ତି ।

ସୂଚନା ମୁତାବକ ସେନାର ୫୩ ଓ ୫୫ ରାଷ୍ଟ୍ରୀୟ ରାଇଫଲ୍ସ, ୨୩ ପାରା ଫୋର୍ସେସ, କେନ୍ଦ୍ରୀୟ ରିଜର୍ଭ ପୋଲିସର ୧୮୨ ଓ ୧୮୩ ବାଟାଲିୟନ ଓ ଜାମ୍ମୁ-କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ ଯବାନ ପୁଲୱାମା ଓ ସୋପିଆନର ଭିନ୍ନ ଭିନ୍ନ ଗାଁରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଏହି ତଲାସି ଅଭିଯାନରେ ପୁଲୱାମାର ଲସିପୋରା, ଅଲାଇପୋରା, ହଜଦାରପୋରା ସମେତ ଅନେକ ଗାଁରେ ଜୋରଦାର ଛାନବିନ କରାଯାଇଛି ।

ଅନ୍ୟପଟେ ସର୍ଚ୍ଚ ଅପରେସନ ପାଇଁ ପ୍ରାୟ ୭୦୦ ଯବାନଙ୍କୁ ମୁତୟନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସେନାର ଏହି ବଡ ଅଭିଯାନ ସମୟରେ ପୁଲୱାମାରେ ମୋବାଇଲ ଇଣ୍ଟରନେଟ ସେବା ଉପରେ ରୋକ୍ ଲଗାଯାଇଛି । ଏହାବ୍ୟତୀତ ଘେରାବନ୍ଦୀ କରାଯାଇଥିବା ସମସ୍ତ ଗାଁରେ କୌଣସି ବାହାର ବ୍ୟକ୍ତିଙ୍କ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ