Connect with us

ଦେଶ

ନନ୍‌ଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗରେ ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ ଗିରଫ l

ନନ୍‌ଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗରେ ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ ଗିରଫ l

କୋଚି :- କେରଳ କ୍ରାଇମବ୍ରାଞ୍ଚ ପକ୍ଷରୁ ତିନି ଦିନ ଧରି ଜେରା କରାଯିବା ପରେ ନନ୍‌ଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଳନ୍ଧରର ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ଆଜି ଗିରଫ କରାଯାଇଛି । ଦୁଷ୍କର୍ମ ପୀଡ଼ିତା ନନ୍‌ଙ୍କୁ ନ୍ୟାୟ ଦାବିରେ ଧାରଣାରେ ବସିଥିଲେ କେରଳର ନନ୍‌ । କୋଚିର ଧାରଣାସ୍ଥଳରେ ଗତ ୧୦ ଦିନ ଧରି ଆନ୍ଦୋଳନ ଚଳାଇଥିବା ମିସନାରିଜ୍‌ ଅଫ୍‌ ଜେସସର ନନ୍‌ମାନେ ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ ଗିରଫହେବାରେ ଆନନ୍ଦ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କ ପକ୍ଷରୁ କେରଳ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରାଯାଇଛି । କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ନନ୍‌ ଦୁଷ୍କର୍ମ ମାମଲାର ତଦନ୍ତ କରୁଛି ।

ଭଟିକାନ୍‌ ପ୍ରଶାସନ ପକ୍ଷରୁ ଗୁରୁବାର ଦିନ ଚର୍ଚ୍ଚ କାର୍ଯ୍ୟରୁ ବିଶପ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କୁ ସାମୟିକ ବିରତି ଦିଆଯାଇଛି । ୨୦୧୪ ରୁ ୨୦୧୬ ମଧ୍ୟରେ ଏକାଧିକବାର ନନ୍‌ଙ୍କୁ ମୁଲାକ୍କଲ୍‌ ଦୁର୍ଷ୍କମ କରିଥିବା ଅଭିଯୋଗ ଆସିବା ପରେ ପୁଲିସ୍‌ ତାଙ୍କୁ ଜେରା ଆରମ୍ଭ କରିଥିଲା । ଗତ ସେପଟେମ୍ବର ୧୬ ତାରିଖରେ ଅଭିଯୁକ୍ତ ବିଶପ ମୁଲାକ୍କଲ ପୋପ୍‌ଙ୍କୁ ଏକ ପତ୍ର ଲେଖି ତାଙ୍କ ପଦବିରୁ ଓହରି ଯିବା ଲାଗି ଇଛା ପ୍ରକାଶ କରିଥିଲେ । ଏହାକୁ ବିଚାର କରି ପୋପ୍‌ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କେରଳ ବିଶପ କାଉନ୍ସିଲ୍‌ର ମୁଖପାତ୍ର ଫାଦର ଭର୍ଗିସ୍‌ ଭାଲିକାଟ୍ଟୁ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ