Connect with us

ଅପରାଧ

ହତ୍ୟାକାରୀ ସ୍ୱୀକାର କଲା ହତ୍ୟା ଘଟଣା

ସାଙ୍କେତିକ ଚିତ୍ର

ହତ୍ୟାକାରୀ ସ୍ୱୀକାର କଲା ହତ୍ୟା ଘଟଣା
ଗଂଜାମ :- ଗତ ୧୧ ତାରିଖ ରତିରେ ଶେରଗଡ଼ ଥାନା ଅଂଚଳରେ ଘଟିଥିବା ଲକ୍ଷ୍ମୀଦାସ ହତ୍ୟାକାଣ୍ଡର ମୁଖ୍ୟ ହତ୍ୟାକାରୀ ହତ୍ୟା କରିଥିବା ସ୍ୱୀକାର କରିଛି । ଗତକାଲି ଶେରଗଡ଼ ପୁଲିସ ଗୋପି ମାଝିକୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ବେଳେ ଏହାକୁ ସେ ସ୍ୱୀକାର କରିଛି । ଗୋପୀ ଚାନ୍ଦୁଲି ଗ୍ରାମର ସୁଧ ଟଙ୍କା ଆଦାୟ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିି ।

ଏହି କାର୍ଯ୍ୟରେ ଗୋପୀ ମାଝିକୁ ମହୁରୀକଣାର ଜଗା ଲେଙ୍କା ଓ ଜଖିଆ ଗ୍ରାମର ସୁଶାନ୍ତ ଦଳେଇ ସହଯୋଗ କରିଥିବା ମଧ୍ୟ ସେ ସ୍ୱୀକାର କରିଛି । ପ୍ରଥମେ ଗୁଳିମାଡ଼ ଏହା ପରେ ଖଣ୍ଡାରେ ହାଣି ଲକ୍ଷ୍ମୀ ଦାଶଙ୍କୁ ରୋଡ଼ରେ ଘୋଷାଡ଼ି ଘୋଷାଡ଼ି ନେଇ ଘୋନାହାଡ଼ ନଦୀରେ ଫିଙ୍ଗି ଦେଇଥିଲେ । ଲକ୍ଷ୍ମୀ ଦାସଙ୍କ ଭାଇ ଯୁଧିଷ୍ଠିର ଦାଶଙ୍କ ଏତଲା କ୍ରମେ ଶେରଗଡ଼ ଥାନାରେ ପୁଲିସ ୯୯/୧୮ରେ ମାମଲା ରୁଜୁ କରିଛି । ଏହି ଘଟଣା ସହ ୭ ଜଣ ସାମିଲ ଥିବା ଅନୁମାନ କରାଯାଉଛି । ତୁରନ୍ତ ସମସ୍ତ ଅପରାଧିଙ୍କୁ ଗିରଫ କରାଯିବ ବୋଲି ଶେରଗଡ଼ ଆଇଆଇସି ବିଶ୍ୱ ରଂଜନ ନାୟକ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ