Connect with us

ଅପରାଧ

ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମାଙ୍କ ସାଘାଂତିକ ଅଭିଯୋଗ

ସାଙ୍କେତିକ ଚିତ୍ର

ଦେବଦଳନ ରଥ ମୁଖ୍ୟ ବିଶ୍ୱକର୍ମାଙ୍କ ସାଘାଂତିକ ଅଭିଯୋଗ
ଦାରୁ ଚିହ୍ନଟରେ ହୋଇଛି ଟଙ୍କା କାରବାର
ପୁରୀ,୧୪ା୧୧ : ସାରା ଓଡ଼ିଶାରେ ଚହଳ ପକାଇଥିବା ନବକଳେବର ସମୟରେ ଶ୍ରୀମନ୍ଦିରରେ ହୋଇଥିବା ବ୍ରହ୍ମ ବିଭ୍ରାଟ ମାମଲାରେ ୧୧ଜଣଙ୍କୁ ନୋଟିସ୍ ଜାରି କରାଯାଇଛି । ଏଥିରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତ ରହିଛନ୍ତି । ନୋଟିସ ଜାରି ହେବା ପରେ ଏବେ ନବକଳେବରର ଆହୁରି କିଛି ଅକୁହା ଗୁମର ପଦାକୁ ଆସିଛି । ଦାରୁ ଚିହ୍ନଟ ବେଳେ ଟଙ୍କାର କାରବାର ହୋଇଥିଲା ।

ସେହିପରି ସମସ୍ତ ଦାରୁ ପୋଲା ଥିଲା ଏବଂ ଏନେଇ ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା । ନୋଟିସ ପରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଦେବଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା । ବ୍ରହ୍ମ ବିଭ୍ରାଟ ମାମଲାରେ ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିବା ପରେ ଏବେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତି କି ଦାରୁ ଚିହ୍ନଟରେ ବି ଟଙ୍କା କାରବାର ହୋଇଥିଲା । ଯିଏ ଟଙ୍କା ଦେଲା ସେଠାରୁ ଦାରୁ ଆସିଲା । ଚିହ୍ନଟ ହୋଇଥିବା ଦାରୁ ପୋଲା ଥିଲା । ଯାହା ଦ୍ୱାରା ନିର୍ମାଣ କାର୍ଯ୍ୟରେ ବାରମ୍ବାର ବାଧା ଦେଖା ଦେଇଥିଲା । ଏନେଇ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଦଇତାପତିଙ୍କୁ ଅବଗତ କରାଇଥିଲୁ । କିନ୍ତୁ କୌଣସି ପଦକ୍ଷେପ ନେଇ ନଥିଲେ । ଏହି ପ୍ରସଙ୍ଗରେ ମୁହଁ ଖୋଲିଥିବାରୁ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଭିଯୋଗ ଆଣିଛନ୍ତି କୃଷ୍ଣଚନ୍ଦ୍ର ମହାରଣ। । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରହ୍ମ ବିଭ୍ରାଟରେ ମହାରଣା ସେବାୟତଙ୍କ କୌଣସି ଦୋଷ ନାହିଁ । ଆମ କାର୍ଯ୍ୟ ଆମେ ସୂଚାରୁରୂପେ କରିଛୁ ।

ସେପଟେ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ମହାରଣା ସେବାୟତ ଅମୂଳକଭାବେ ଏପରି କହିଛନ୍ତି । ଦାରୁ ଚିହ୍ନଟ ସମୟରେ ସିଏ ଅସହଯୋଗ କରିଥିଲେ ଏବଂ ଶ୍ରୀବିଗ୍ରହ ନିର୍ମାଣରେ ବିଳମ୍ବ କରିଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ବିନାୟକ ଦାସ ମହାପାତ୍ର ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ