Connect with us

ଆଞ୍ଚଳିକ

ତିତିଲି ବାତ୍ୟାରେ ଧାନର ଏଫ୍ଏକ୍ୟୁ ମାନ ହ୍ରାସ

ସାଙ୍କେତିକ ଚିତ୍ର

ତିତିଲି ବାତ୍ୟାରେ ଧାନର ଏଫ୍ଏକ୍ୟୁ ମାନ ହ୍ରାସ
ଭୁବନେଶ୍ୱର,୧୩ା୧୧: ତିତିଲି ଏବଂ ପରବର୍ତୀ ବର୍ଷାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ଧାନର ଏଫଏକ୍ୟୁ ମାନ ହ୍ରାସ ପାଇଛି । ତାର ରଂଗର ପରିବର୍ତନ ହେବା ହେଉଛି ଏହାର ମୁଖ୍ୟ କାରଣ । ତେଣୁ ଏହି ସମସ୍ତ ଜିଲ୍ଲାର ଚାଷୀ ମାନଙ୍କ ଧାନ କେତେ ପରିମାଣରେ ମାନ ହ୍ରାସ ପାଇଛି ସେ ସମ୍ପର୍କିତ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାପାଇଁ ସମବାୟ ବିଭାଗ କୃଷି ବିଭାଗକୁ ଚିଠି ଲେଖିଛି । ରିପୋର୍ଟ ହସ୍ତଗତ ହେଲା ପରେ ଏଫଏକ୍ୟୁ ମାନ କୋହଳ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି ରାଜ୍ୟ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବର୍ତମାନ ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ଆଜି ସୁଦ୍ଧା ୩ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ