Connect with us

ଦେଶ

ସୋସିଆଲ ମିଡିଆକୁ ସକରାତ୍ମକ ଢଙ୍ଗରେ ବ୍ୟବହାର ପାଇଁ ନାଗରିକମାନେ ସଂକଳ୍ପ ନିଅନ୍ତୁ : ମୋଦି

ସୋସିଆଲ ମିଡିଆକୁ ସକରାତ୍ମକ ଢଙ୍ଗରେ ବ୍ୟବହାର ପାଇଁ ନାଗରିକମାନେ ସଂକଳ୍ପ ନିଅନ୍ତୁ : ମୋଦି

ସୋସିଆଲ ମିଡିଆକୁ ସକରାତ୍ମକ ଢଙ୍ଗରେ ବ୍ୟବହାର ପାଇଁ ନାଗରିକମାନେ ସଂକଳ୍ପ ନିଅନ୍ତୁ : ମୋଦି
ନୂଆଦିଲ୍ଲୀ,୨୯ା୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଲ ଏବଂ ସକରାତ୍ମକ ଖବରର ମହତ୍ୱ ନେଇ ଆଲୋଚନା କରିଛନ୍ତି । ଏହାସହ କିଛି ବ୍ୟକ୍ତି ସୋସିଆଲ ମିଡିଆର ମର୍ଯ୍ୟାଦା ଭୁଲି ଯାଉଥିବା ସେ କହିଛନ୍ତି । ଏହାକୁ ରୋକିବା ପାଇଁ ଏକ ସଚେତନ ନାଗରିକ ହିସାବରେ ସଂକଳ୍ପ ନେବା ପାଇଁ ମୋଦି କହିଛନ୍ତି ।

ବାରଣାସୀରେ ଏକ ଦଳୀୟ କାର୍ଯ୍ୟକ୍ରମରେ ମୋଦି ଆପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ବିଭିନ୍ନ ସୋସିଆଲ ମିଡିଆ ୟୁଜର ନିଜ ପୋଷ୍ଟରେ ଅନେକ ଅଶ୍ଳୀଳ ମନ୍ତବ୍ୟ ଦେବା ସହ ଭୁଲ ଖବର ପ୍ରସାରଣ କରୁଛନ୍ତି । ଏହା କେବଳ ରାଜନୈତିକ ଦଳ ପାଇଁ ନୁହେଁ ବରଂସମସ୍ତ ୟୁଜରଙ୍କ ପାଇଁ ଉଦ୍ଦିଷ୍ଟ । ଏଥିପାଇଁ ସମସ୍ତେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଶ୍ଳୀଳ ଏବଂ ଭୁଲ ଖବର ପ୍ରସାରଣକୁ ରୋକିବା ପାଇଁ ସଂକଳ୍ପ ନେବା ଉଚିତ୍ । ଏହା ସ୍ୱଚ୍ଛତା ଅଭିଯାନ ସହ ଜଡିତ ଥିବା ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିକାଲି ସମସ୍ତେ ବହୁତ ଛୋଟ ଘଟଣା ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ଦୁଇ ପଡୋଶୀଙ୍କ ମଧ୍ୟରେ ହେଉଥିବା ଝଗଡା ଫେସବୁକରେ ଅପଲୋଡ୍ ହେଉଛି । କିନ୍ତୁ ସୋସିଆଲ ମିଡିଆକୁ ସକରାତ୍ମକ ଢଙ୍ଗରେ ବ୍ୟବହାର କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଭୁଲ ଖବର ଯୋଗୁଁ ଅନେକ ସ୍ଥାନରେ ହିଂସା ବ୍ୟାପୁଛି । ସାଧାରଣ ଜନତା ମଧ୍ୟ ପ୍ରଭାବିତ ହେଉଛନ୍ତି ।

ମୋଦି ନିଜ କାର୍ଯ୍ୟକର୍ତ୍ତାଙ୍କୁ ମୋବାଇଲରେ ଛୋଟ ଛୋଟ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରିବା ପାଇଁ କହିଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଉଦାହରଣ ଦେଇ ଏହା ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ