Connect with us

ଦେଶ

ସମାଜବାଦୀ ପାର୍ଟି ଛାଡିବେ ଶିବପାଲ ଯାଦବ !

ସମାଜବାଦୀ ପାର୍ଟି ଛାଡିବେ ଶିବପାଲ ଯାଦବ !

ସମାଜବାଦୀ ପାର୍ଟି ଛାଡିବେ ଶିବପାଲ ଯାଦବ !
ଲଖନଉ ,୨୯ା୮ : ସମାଜବାଦୀ ପାର୍ଟି (ସପା) ନେତା ତଥା ମୁଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ଯାଦବ ବୁଧବାର ଦଳ ତ୍ୟାଗ କରିବାର ସଙ୍କେତ ଦେଇଛନ୍ତି । ଶିବପାଲ କହିଛନ୍ତି ଯେ, ସମାନ୍ତରାଳ ଭାବେ ସମାଜବାଦୀ ଧର୍ମ ନିରପେକ୍ଷ (ସିକ୍ୟୁଲାର) ମୋର୍ଚ୍ଚା କାର୍ଯ୍ୟ କରୁଛି । ଯେଉଁମାନଙ୍କୁ ସପାରେ ସମ୍ମାନ ମିଳୁନାହିଁ ଓ ଉପେକ୍ଷା କରାଯାଉଛି ସେମାନଙ୍କୁ ଏକାଠି କରି ଆମେ ସମ୍ମାନ ଦେଇଛୁ । ସର୍ବ ସହମତି ପରେ ଲୋକସଭା ନିର୍ବାଚନକୁ ଓହ୍ଲାଇବୁ ।

ଅନ୍ୟପକ୍ଷରେ ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି ଯେ, ଉତ୍ତରପ୍ରଦେଶ ଏବଂ ଦେଶର ନିର୍ବାଚନ ଯେତେ ପାଖେଇ ଆସିବ ସିକ୍ୟୁଲାର ମୋର୍ଚ୍ଚା ଭଳି ଅନେକ ଘଟଣା ଦେଖିବାକୁ ମିଳିବ । ଏହାପଛରେ ବିଜେପିର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ଉଲ୍ଲେଖ ଯେ, ୨୦୧୭ ମେ’ ୫ରେ ସାମଜବାଦୀ ସିକ୍ୟୁଲାର ମୋର୍ଚ୍ଚା ଗଠନ କରାଯାଇଥିଲା । କିନ୍ତୁ ଏହାପରେ ଏନେଇ କୌଣସି ଆଲୋଚନା ହେଉନଥିଲା ଓ ଏହା ଶୀଥିଳ ପଡିଯାଇଥିଲା । ତେବେ ଚଳିତ ବର୍ଷ ଜୁନ୍ ୧୦ରେ ଶିବପାଲଙ୍କ ସମର୍ଥକମାନେ ଶିବପାଲ ଯାଦବ ସିକ୍ୟୁଲାର ମୋର୍ଚ୍ଚାର ଗଠନ କରିଥିଲେ । ଶିବପାଲଙ୍କୁ ଏହାର ଆବାହକ ରଖାଯାଇଛି । ଶିବପାଲ କହିଛନ୍ତି ଯେ, ସପା ମୋତେ ଯେବେ ଖୋଜିଛି ମୁଁ ଯାଇ ପହଂଚିଛି । ଏବେ ମୋତେ ଲୋଡା ଯାଉନାହିଁ ।

ସେପ୍ଟେମ୍ବର ୧୯ରେ ହେବାକୁ ଥିବା ଅଖିଳେଶଙ୍କ ସାଇକଲ ଶୋଭାଯାତ୍ରା ନେଇ କୌଣସି ସୂଚନା ନାହିଁ । ଦଳ ପକ୍ଷରୁ ମୋତେ କୌଣସି ସୂଚନା ଦିଆଯାଉନାହିଁ । ଏପରିକି ଦଳୀୟ ବୈଠକକୁ ବି ଡକାଯାଉନାହିଁ । ସମାଜବାଦୀ ସିକ୍ୟୁଲାରରେ ବହୁ ଭଲ କାର୍ଯ୍ୟକର୍ତ୍ତା ଅଛନ୍ତି । ଏବେ ସେମାନଙ୍କୁ ଦଳୀୟ ପଦ ଦିଆଯାଉଛି । ଏନେଇ ଅମର ସିଂହଙ୍କ ସହ କଥା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ