Connect with us

ଦେଶ

ସୋନିଆ,ରାହୁଲଙ୍କୁ ଜୋରଦାର ଝଟକା l

ସୋନିଆ,ରାହୁଲଙ୍କୁ ଜୋରଦାର ଝଟକା l

ନ୍ୟାସନାଲ ହେରାଲ୍ଡ
ସୋନିଆ,ରାହୁଲଙ୍କୁ ଜୋରଦାର ଝଟକା
ନୂଆଦିଲ୍ଲୀ,୧୦ା୯ : ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ହମଲା କରୁଥିବା କଂଗ୍ରେସ ପାର୍ଟିକୁ ନ୍ୟାସନାଲ ହେରାଲ୍ଡ କେସରେ ଦିଲ୍ଲୀ ହାଇକୋର୍ଟରୁ ଜୋରଦାର ଝଟକା ଲାଗିଛି । ସୋମବାର କୋର୍ଟ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ସହ ସେହି ଯାଚିକାକୁ ଖାରଜ କରିଛନ୍ତି ଯେଉର୍ଥିରେ ସେମାନେ ୨୦୧୧-୧୨ରେ ନିଜର କର ନିର୍ଦ୍ଧାରଣର ଫାଇଲିକୁ ପୁନର୍ବାର ଖୋଲିବାକୁ ଚ୍ୟାଲେଞ୍ଜ କରିଥିଲେ ।

ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆୟକର ବିଭାଗ ପାଖରେ ଏହି ଅଧିକାର ରହିଛି ଯେ, ଟ୍ୟାକ୍ସ ସମ୍ବନ୍ଧୀ କାରବାରକୁ ପୁଣିଥରେ ଆରମ୍ଭ କରିପାରେ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯାଚିକାକର୍ତ୍ତାଙ୍କୁ ନିଜର ଅଭିଯୋଗ ନେଇ ଆୟକର ବିଭାଗ ସହ ସମ୍ପର୍କ କରିବା ଉଚିତ୍ । ଏଠାରେ କହିରଖୁଛୁ ଯେ, କୋର୍ଟଙ୍କ ଏହି ନିଷ୍ପତ୍ତି ସୋମବାର ଦିନ ସେହି ସମୟରେ ଆସିଛି ଯେବେ କଂଗ୍ରେସ ନେତୃତ୍ୱରେ ଅନେକ ବିରୋଧୀ ଦଳ ସରକାର ବିରୋଧରେ ଭାରତ ବନ୍ଦ କରିଥଲା । କୋର୍ଟ ନିଷ୍ପତ୍ତି ପରେ ବିଜେପି ପ୍ରତି ଆକ୍ରମଣ କରି କହିଛି ଯେ, କଂଗ୍ରେସ ପାର୍ଟି ଭ୍ରଷ୍ଟାଚାରରେ ଡୁବି ରହିଛି ।

ସୋମବାର ଜଷ୍ଟିସ୍ ଏସ.ରବୀନ୍ଦ୍ର ଭଟ ଓ ଜଷ୍ଟିସ ଏକେ ଚାୱଳାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାହୁଲ ଓ ସୋନିଆ ଯେଉଁ ଆବେଦନ କରିଛନ୍ତି ତାହାକୁ କୋର୍ଟ ଖାରଜ କରିଛନ୍ତି । ପୀଠ କଂଗ୍ରେସ ନେତା ଓସ୍ମାର ଫର୍ଣ୍ଣାଡିସଙ୍କ ଯାଚିକାକୁ ମଧ୍ୟ ଖାରଜ କରିଛନ୍ତି । ସେ ୨୦୧୧-୧୨ରେ ନିଜର କର ନିର୍ଦ୍ଧାରଣ ଫାଇଲ ପୁନର୍ବାର ଖୋଲିବାକୁ ଚ୍ୟାଲେଞ୍ଜ ଦେଇଥିଲେ । ଏହା ପରେ ବିଜେପିର ମୁଖପାତ୍ର ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଅଧ୍ୟକ୍ଷ ଓ ୟୁପିଏ ଅଧ୍ୟକ୍ଷ ବିରୋଧରେ ହମଲା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ