Connect with us

ଦେଶ

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି l

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି l

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି
ନୂଆଦିଲ୍ଲୀ,୧୧ା୯ : ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଘୋଷଣା କରିଛନ୍ତି । ଏହା ଆଗାମୀ ମାସରୁ ଲାଗୁ ହେବ । ଆଜି ଦେଶର ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଆଶା, ଅଙ୍ଗନବାଡି ଏବଂ ଏଏନଏମ କର୍ମଚାରୀଙ୍କ ସହିତ ଏକ ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ମାଧ୍ୟମରେ ମତ ବିନିମୟ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।

ଆଶା କର୍ମୀମାନଙ୍କୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ନିୟମିତ ଭତା ଦୁଇଗୁଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି । ଏଥିସହିତ ସମସ୍ତ ଆଶାକର୍ମୀ ଏବଂ ସେମାନଙ୍କ ସହାୟିକାମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ମାଗଣା ବୀମାଭୁକ୍ତ କରାଯିବ । ଅଙ୍ଗନବାଡି କର୍ମଚାରୀଙ୍କ ପାରିଶ୍ରମିକରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଯେଉଁମାନେ ପୂର୍ବରୁ ୩୦୦୦ଟଙ୍କା ପାଉଥିଲେ ସେମାନେ ଏବେ ୪,୫୦୦ଟଙ୍କା ପାଇବେ । ସେହିପରି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ । ଅଙ୍ଗନବାଡି ସହାୟିକାମାନଙ୍କ ପାରିଶ୍ରମିକ ମଧ୍ୟ ୧୫୦୦ ଟଙ୍କାରୁ ବୃଦ୍ଧି ପାଇ ୨୨୫୦ ଟଙ୍କା କରାଯାଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ କମନ ଆପ୍ଲିକେସନ ସଫ୍ଟୱେର (ଆଇସିଡିଏସ-ସିଏଏସ) ବ୍ୟବହାର କରୁଥିବା ଅଙ୍ଗନବାଡି କର୍ମୀ ଏବଂ ସହାୟିକାମାନଙ୍କୁ ଅତିରିକ୍ତ ଭତା ପ୍ରଦାନ କରାଯିବ । ଏହି ଭତା ୨୫୦ରୁ ୫୦୦ଟଙ୍କା ମଧ୍ୟରେ ହେବ ଏବଂ ଏହା ପ୍ରଦର୍ଶନ ଭିତିକ ହେବ ।

ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ୩-ଏ ଟିମ – ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ଏଏନଏମ (ସହାୟିକା ନର୍ସ)ମାନଙ୍କ ସହ ମତ ବିନିମୟ କରିଥିଲେ । ଦେଶରେ କୁପୋଷଣ ହ୍ରାସ ଦିଗରେ ପୋଷଣ ଅଭିଯାନ ଲକ୍ଷ୍ୟକୁ ସଫଳ କରିବା ନେଇ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସେବା ପ୍ରଦାନରେ ଉନ୍ନତି ଲାଗି ସେମାନଙ୍କ ମିଳିତ ପ୍ରୟାସ ଏବଂ ଅଭିନବ ପ୍ରାଦ୍ୟୋଗିକୀର ବ୍ୟବହାରକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ