Connect with us

ଦେଶ

ସୁପ୍ରିମକୋର୍ଟକୁ ଅପଦସ୍ଥ କଲେ ସରକାର ,ସଂଶୋଧନ ପାଇଁ କଲେ ଆବେଦନ

ସାଙ୍କେତିକ ଚିତ୍ର

ସୁପ୍ରିମକୋର୍ଟକୁ ଅପଦସ୍ଥ କଲେ ସରକାର ,ସଂଶୋଧନ ପାଇଁ କଲେ ଆବେଦନ
ନୂଆଦିଲ୍ଲୀ, ୧୫।୧୨: ରାଫେଲ୍‌ ଡିଲ୍‌କୁ ନେଇ ତଦନ୍ତ ଅନାବଶ୍ୟକ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେବା ପରେ ଜାତୀୟ ରାଜନୀତିରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଥିବାବେଳେ ସରକାର ସୁପ୍ରିମକୋର୍ଟକୁ ମିଥ୍ୟା ତଥ୍ୟ ଦେଇ ପୁନର୍ବାର ତାହାକୁ ସଂଶୋଧନ ପାଇଁ ଆବେଦନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସୁପ୍ରିମକୋର୍ଟ ତାଙ୍କ ରାୟରେ ରାଫେଲ୍‌ ଡିଲ୍‌ର ସିଏଜି ରିପୋର୍ଟ ପବ୍ଲିକ୍‌ ଆକାଉଣ୍ଟସ କମିଟି(ପିଏସି) ନିକଟରେ ଉପସ୍ଥାପନ କରାଯାଇଥିବା ସରକାର କହିଛନ୍ତି ବୋଲି ଉଲ୍ଲେଖ ଥିବାରୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରକୃତରେ ସିଏଜି ରାଫେଲ୍‌ ଡିଲ୍‌ର ସମସ୍ତ ନିୟମ ଓ ଦାମ୍‌ ସମୀକ୍ଷା କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିଲେ । ଭୁଲବଶତଃ ସେହି ରିପୋର୍ଟରେ ପିଏସି ଲେଖାହୋଇଥିବାରୁ ତଥ୍ୟଗତ ତ୍ରୁଟିର ସଂଶୋଧନ ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି । ସରକାର ଅଦାଲତଙ୍କୁ ଭୁଲ ତଥ୍ୟ ପ୍ରଦାନ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ନେଇ ହୋଇଥିବା ଚୁକ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଜାରି ରଖିଛି କଂଗ୍ରେସ ।

ଏଠାରେ ଉଲ୍ଲେଖଯୋଗ୍ୟଯେ ,ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଅଭିଯୋଗ ଆଣିଥିଲେ କି ରାଫେଲ୍‌ ବିମାନର ଦର ନେଇ ସିଏଜିଙ୍କ ରିପୋର୍ଟ କେନ୍ଦ୍ର ସରକାର ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟିରେ ଉପସ୍ଥାପିତ କରିନାହାନ୍ତି । ପିଏସିର ଅଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ୍‌ ଖଡ୍‌ଗେ ଏହାକୁ ପାଇ ନ ଥିବା ଅଭିଯୋଗ କରିଥିଲେ । ଏହାର ଉତ୍ତର ଦେଇ ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ କହିଛନ୍ତି ଯେ, ଯଦି ପିଏସି ଅଧ୍ୟକ୍ଷ ରାଫେଲ୍‌ ଦର ନେଇ ସିଏଜିଙ୍କ ରିପୋର୍ଟ ପାଇ ନାହାନ୍ତି, ତେବେ ସେ ଅଦାଲତଙ୍କ ନିକଟରେ ଏ ନେଇ ଏକ ସତ୍ୟପାଠ ଦାଖଲ କରନ୍ତୁ । ଏହାର କିଛି ସମୟପରେ ସରକାର ନିଜକୁ ବଞ୍ଚାଇବାପାଇଁ କୋର୍ଟରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି ଯାହା ସରକାରଙ୍କର ପ୍ରତି ବିରୋଧିଦଳର ଅବିଶ୍ୱାସ ବଢିଛି ।

ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଦାବି ହୋଇ ଆସୁଛି କି ଭାରତ ସରକାର ଅଧିକ ଦର ଦେଇ ରାଫେଲ୍‌ ଜେଟ୍‌ କ୍ରୟ କରୁଛନ୍ତି ଓ ଏଥିରେ ଅନିଲ ଅମ୍ବାନିଙ୍କୁ ଫାଇଦା ଦିଆଯାଇଛି । ତେବେ ସୁପ୍ରିମ୍‌କୋର୍ଟ ତାଙ୍କ ରାୟରେ ଏହା ସ୍ପଷ୍ଟ କରିଛନ୍ତି କି ବିମାନରେ ଦର ନିର୍ଦ୍ଧାରଣ ଓ ଅଫ୍‌ସେଟ ପାର୍ଟରେ ଚୟନ ସଂପର୍କରେ ତଦନ୍ତ କରିବା କୋର୍ଟଙ୍କ କାମ ନୁହେଁ । କୋର୍ଟର ଏହି ସ୍ପଷ୍ଟୀକରଣ ଯୋଗୁଁ ସରକାର ଅଧିକ ବିବାଦ ଭିତରକୁ ଟାଣିହୋଇ ଯାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ