Connect with us

ଦେଶ

“ରାଫେଲ ଯୁଦ୍ଧ ବିମାନ କିଣାରେ ଅନୀତି ହୋଇନି’-ସୁପ୍ରିମକୋର୍ଟ

ସାଙ୍କେତିକ ଚିତ୍ର

“ରାଫେଲ ଯୁଦ୍ଧ ବିମାନ କିଣାରେ ଅନୀତି ହୋଇନି’-ସୁପ୍ରିମକୋର୍ଟ
ପିଏସି କୁ ରିପୋର୍ଟ ମିଳିସାରିଥିବା ସୁପ୍ରିମକୋର୍ଟ କହିଥିବାବେଳେ ପିଏସିକୁ କିନ୍ତୁ ରିପୋର୍ଟ ମିଳିନାହିଁ -ରାହୁଲ
ସୁପ୍ରିମକୋର୍ଟଙ୍କ ରାୟ ସମ୍ପୂର୍ଣ ତ୍ରୁଟି ପୁର୍ଣ – ପ୍ରଶାନ୍ତ ଭୂଷଣ
ନୂଆଦିଲ୍ଲୀ,୧୪ା୧୨ : ରାଫେଲ ଯୁଦ୍ଧ ବିମାନ କିଣାରେ ଦୁର୍ନୀତି ହୋଇଥିବା ନେଇ ବିରୋଧୀ କଂଗ୍ରେସ ସହ ଅନେକ ବିରୋଧୀ ଦଳ ଅଭିଯୋଗ କରିଥିଲେ । ସିବିଆଇ ଦ୍ୱାରା ଏହାର ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ରାଫେଲ ଯୁଦ୍ଧ ବିମାନ କିଣାରେ କାହାରିକୁ ଅନୁକମ୍ପା ଦେଖାଯାଇ ନଥିବା କଥା ଅଦାଲତ ଅନୁଭବ କରିଥିବା ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଅଦାଲତଙ୍କର ଏହି ରାୟ ଆସିବା ପରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଆଶଚ୍ୟର୍ଯ୍ୟ ପ୍ରକାଶ କରି କହିଛନ୍ତିଯେ , ପିଏସିକୁ ରିପୋର୍ଟ ମିଳିନାହିଁ କିନ୍ତୁ ପିଏସି କୁ ରିପୋର୍ଟ ମିଳିସାରିଥିବା ସୁପ୍ରିମକୋର୍ଟ କହୁଛନ୍ତି । ମୁଖ୍ୟ ପ୍ରଶ୍ନକୁ ଏଡେଇ ଦିଆଯାଇଛି । 526 କୋଟି ଟଙ୍କାର ବିମାନ କାହିଁକି 1600 କୋଟି ଟଙ୍କାରେ କିଣାଗଲା ତାହା କୁହାଯାଇନାହିଁ । ଉକ୍ତ ଚୁକ୍ତିର ଅଫସେଟ ଅଂଶୀଦାର ହଲ (HAL ) କୁ କାହିଁକି ଦିଆନଗଲା ତା ଉପରେ କୋର୍ଟ କୌଣସି ତଥ୍ୟ ଦେଇନାହାନ୍ତି ।
ଅନ୍ୟ ପକ୍ଷରେ ଅନ୍ୟତମ ଆବେଦନକାରୀ ପ୍ରଶାନ୍ତ ଭୂଷଣ କହିଛନ୍ତିଯେ , କେବେବି ବାୟୁସେନା କହିନାହିଁ ଯେ 36ଟି ବିମାନ ପର୍ୟାପ୍ତ ହେବବୋଲି କିନ୍ତୁ କୋର୍ଟ କେଉଁ ଆଧାରରେ ସନ୍ତୁଷ୍ଠହେଲା ପ୍ରକାଶ କରିନାହିଁ । କେନ୍ଦ୍ର ସରକାର ଜଉମୁଦ ଲଫାପାରେ ରାଫେଲ ତଥ୍ୟ ସର୍ବୋଚ୍ଚ ଅଦାଲତଙ୍କୁ ଦେଇଥିବା ବେଳେ ଅଦାଲତ ଆବେଦନକାରୀଙ୍କୁ ଉକ୍ତ ତଥ୍ୟ ନଦେଇ ସରକାରଙ୍କ ଏକପାଖିଆ ତଥ୍ୟକୁ ବିଶ୍ୱାସ କରିଛନ୍ତି ଯାହା କସ୍ମିନକାଳେ ଗ୍ରହଣଯୋଗ୍ୟ ନୁହିଁ । ବିଚାରବ୍ୟବସ୍ଥାରେ ଏହା ଏକ ଦୁର୍ଲଭ ଘଟଣା ବୋଲି ଦର୍ଶାଇ ସେ ଏକ ରିଭ୍ୟୁ ପିଟିସନ ଦାଖଲ କରିବେ ବୋଲି କହିଛନ୍ତି ।

ଭାରତୀୟ ଜନତା ପାର୍ଟି ଏହି ରାୟକୁ ସ୍ୱାଗତ କରିବା ସହ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଲ ମାଗନ୍ତୁ ବୋଲି କହିଛନ୍ତି । ରିଲାଏନ୍ସ ଅଧ୍ୟକ୍ଷ ଅନୀଲ ଅମ୍ବାନୀ ବି ଅଦାଲତର ରାୟକୁ ସ୍ୱାଗତ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ