Connect with us

ଦେଶ

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣା

ସାଙ୍କେତିକ

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣା
ଜିଏସଟିରୁ କେତେକାଂଶରେ ମିଳିବ ମୁକ୍ତି
ନୂଆଦିଲ୍ଲୀ,୧୮ା୧୨ : ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଲୋକମାନଙ୍କୁ ଜିଏସ୍ଟିରୁ ମୁକ୍ତ କରିବାକୁ ଯାଉଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ପୋଗ୍ରାମରେ ମୋଦି ଏହାର ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କି, ସରକାର ବହୁତ ଶୀଘ୍ର ୨୮ ପ୍ରତିଶତ ସ୍ଲାବରେ କେବଳ ୧ ପ୍ରତିଶତ ଆଇଟମ ରଖିବେ । ଆମ ଦେଶରେ ଦଶକରୁ ଜିଏସ୍ଟିର ଦାବି ରହୁଥିଲା । ଆଜି ଆମେ ସନ୍ତୋଷର ସହ କହି ପାରିବା କି ଜିଏସ୍ଟି ଲାଗୁ ହେବା ପରେ ବଜାର ଅସଙ୍ଗତ ଦୂର ହୋଇଯାଇଛି । ସିଷ୍ଟମର କାର୍ଯ୍ୟକ୍ଷମତା ବଢ଼ିଛି । ଅର୍ଥ ବ୍ୟବସ୍ଥା ପାରଦର୍ଶିତା ଆଡକୁ ଗତି କରୁଛି । ମୋଦି ପୁଣି କହିଛନ୍ତି କି, ତାଙ୍କ ସରକାର ଜିଏସଟିରେ ସାମିଲ ୯୯ ପ୍ରତିଶତ ବସ୍ତୁକୁ ୧୮ ପ୍ରତିଶତ କିମ୍ବା ତାହାଠାରୁ କମ୍ ସ୍ଲାବରେ ଆଣିବାକୁ ଚାହୁଁଛନ୍ତି । ୨୮ ପ୍ରତିଶତ କେବଳ ସେହି ବସ୍ତୁ ରହିବ ଯେଉଁଥିରେ ଅଧିକ ଟ୍ୟାକ୍ସ ଲାଗିବା ଆବଶ୍ୟକ । ତେବେ ସରକାରଙ୍କର ଏହି ପଦକ୍ଷେପ ଦ୍ୱାରା ଲୋକମାନଙ୍କୁ ବହୁ ସୁବିଧା ମିଳିପାରିବ । ଜିଏସଟି ଲାଗୁ ହେବା ପୂର୍ବରୁ ଟ୍ୟାକ୍ସ ଦେଉଥିବା ବେପାରୀଙ୍କ ସଂଖ୍ୟା ୬୫ ଲକ୍ଷ ଥିଲା । ଯାହାକି ୨୦୧୭ ଜୁଲାଇ ୧ ପରେ ବଢ଼ି ୧.୨୦ କୋଟି ହୋଇଯାଇଥିଲା । ଜିଏସଟି ଲାଗୁ ହେବା ପରେ ୫୫ ଲକ୍ଷ ବେପାରୀ ଟ୍ୟାକ୍ସ ଦେବା ଆରମ୍ଭ କରିଦେଲେ ।

ମୋଦି କହିଛନ୍ତି କି, ସମାଜରେ ଥିବା କାମିକିଆ, ଉଦ୍ୟମୀ ଲୋକ ଯେଉଁମାନେ ବଜାର ସହ ଜଡିତ ତାଙ୍କୁ ଏକ ସଫା ସୁତୁରା ସରଳ ଇନସପେକ୍ଟର ରାଜ ଠାରୁ ମୁକ୍ତ ବ୍ୟବସ୍ଥା ମିଳୁଛି । ସମ୍ପୂର୍ଣ୍ଣ ଭାରତରେ ଏକମନ ହୋଇ ଏତେ ବଡ ଟ୍ୟାକ୍ସ ରିଫ୍ରମ ଲାଗୁ ହେବା ସଫଳ ହୋଇପାରିଛି । ଆମର ବ୍ୟବସାୟୀ ଏବଂ ଲୋକମାନଙ୍କ ପାଇଁ ଭାରତରେ ଏତେ ବଡ ପରିବର୍ତ୍ତନ ସଫଳ ହୋଇପାରିଛି । ଜିଏସଟିର ଆରମ୍ଭରୁ ଅଲଗା ଅଲଗା ରାଜ୍ୟରେ ଭାଟ୍ ଏବଂ ଏକ୍ସସାଇଜ୍ ବ୍ୟବସ୍ଥା ଛାୟାରେ ଆଗକୁ ବଢ଼ୁଥିଲା । ପରେ ଏହା ଉପରେ ବିଚାର ବିମର୍ଶ ହେବା ପରେ ଧିରେ ଧିରେ ଏଥିରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଗଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ