Connect with us

ଦେଶ

ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ପୋଲିସ ସହିଦ l

ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ପୋଲିସ ସହିଦ l

ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ପୋଲିସ ସହିଦ
୨ଜଣ ହିଜବୁଲ୍ ନିହତ
ଶ୍ରୀନଗର,୨୯ା୮ : ଜାମ୍ମୁ-କାଶ୍ମୀରର ସୋପିଆନା ଜିଲ୍ଲା ଅରହାମାଠାରେ ବୁଧବାର ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୋଲିସ କର୍ମୀ ସହିଦ୍ ହୋଇଛନ୍ତି । ସହିଦ୍ ପୋଲିସ କର୍ମୀ ହେଲେ କନେଷ୍ଟବଳ ଜାଭେଦ ଅହମ୍ମଦ ଭଟ୍ଟ, କନଷ୍ଟେବଳ ମୋହମ୍ମଦ ଇକବାଲ ମୀର, କନେଷ୍ଟବଳ ଅସଫାକ୍ ଅହମ୍ମଦ ମୀର ଏବଂ ଏସ୍ପିଓ ଅଦିଲ ମଞ୍ଜୁର ଭଟ୍ଟ । ଆତଙ୍କବାଦୀମାନେ ସେଠାରୁ ପୋଲିସ କର୍ମୀଙ୍କ ବନ୍ଧୁକ ଓ ଅନ୍ୟ ଅସ୍ତ୍ର ନେଇଯାଇଛନ୍ତି । ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି ।

ଜାମ୍ମୁ-କାଶ୍ମୀର ବରିଷ୍ଠ ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଅରହାମାରେ ପାଟ୍ରୋଲିଂ କରୁଥିବା ପୋଲିସ କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ମାଡ କରିଥିଲେ । ଏଥିରେ ୪ ପୋଲିସ କର୍ମୀ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଏହାପୂର୍ବରୁ ଅନନ୍ତନାଗଠାରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ ହଜିବୁଲ ମୁଜାହିଦ୍ଦିନର ୨ ବରିଷ୍ଠ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହିଜବୁଲ୍ କମାଣ୍ଡର ଉଲ୍ତାଫ ଅହମ୍ମଦ ଡାର ଏବଂ ଅନ୍ୟଜଣେ ତା’ର ସହଯୋଗୀ ଉମର ରାସିଦ୍ ବୋଲି ଚିହ୍ନଟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ