Connect with us

ଅପରାଧ

ଶିଖ୍ ବ୍ୟକ୍ତିଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ର‌୍ୟାଲି

ସାଙ୍କେତିକ

ଶିଖ୍ ବ୍ୟକ୍ତିଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ଡେଲ ର‌୍ୟାଲି
ଭୁବନେଶ୍ୱର,୧୭ ଜାନୁଆରୀ – ଗାଡି ପାର୍କିଂ କୁ ନେଇ ଶିଖ୍ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କୋହଳ ଦଫା ଲଗାଇ ଛାଡି ଦିଆଯାଇଥିବା ପ୍ରତିବାଦରେ ଶୁକ୍ରବାର ଶିଖ୍ ସମ୍ପଦ୍ରାୟ ପକ୍ଷରୁ ଏକ କ୍ୟାଣ୍ଡେଲ ର‌୍ୟାଲି କରାଯାଇଥିଲା ।

ଭୁବନେଶ୍ୱର ଗୁରୁଦ୍ୱାରା ଠାରୁ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଏହି କ୍ୟାଣ୍ଡେଲ ର‌୍ୟାଲି ଅନୁଷ୍ଠିତ ହୋଇଥିଲା । ଅଭିଯୁକ୍ତ ମାନଙ୍କ ବିରୋଧରେ ୩୦୭ ଦଫା ଲଗାଇବାକୁ ସେମାନେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ମେଡିକାଲ ରିପୋର୍ଟ ସାକ୍ଷ୍ୟ ପ୍ରମାଣକୁ ନେଇ ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି । ମାମଲାରେ ତୁରନ୍ତ ଶୁଣାଣୀ କରିବାପାଇଁ ଚାର୍ଜସିଟ୍ ରେ ଦର୍ଶାଯାଇଛି । ଶୁକ୍ରବାର ଭୁବନେଶ୍ୱର ଏସଡିଜିଏମ୍ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ