Connect with us

ଓଡିଶା

ଓଡିଶାରେ ଅଣଓଡିଆ ଅଫିସରଙ୍କ ଶାସନ ଚାଲିଛି : ଦିଗବିଜୟ ସିଂହ

ସାଙ୍କେତିକ

ଓଡିଶାରେ ଅଣଓଡିଆ ଅଫିସରଙ୍କ ଶାସନ ଚାଲିଛି : ଦିଗବିଜୟ ସିଂହ

ହାଲୁକା ମନ୍ତବ୍ୟ ପାଇଁ ଦିଗ୍‌ବିଜୟ ଜଣାଶୁଣା:ବିଜେଡି

ଭୁବନେଶ୍ୱର,୧୭ ଜାନୁଆରୀ – ଓଡିଶାରେ ବିଜେଡି -ବିଜେପି ମଧ୍ୟରେ ସୁସମ୍ପର୍କ ରହିଥିବାରୁ କେନ୍ଦ୍ରର ସବୁ କଥାରେ ବିଜେଡି ସମର୍ଥନ କରିଚାଲିଛି ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଶୁକ୍ରବାର ରାଜ୍ୟ କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଦେଶରେ ଥିବା ବିଭିନ୍ନ ସମସ୍ୟା ଉପରୁ ଦୃଷ୍ଟି ହଟାଇବାପାଇଁ ସିଏଏ ଓ ଏନଆରସିକୁ ଲାଗୁ କରିବାକୁ ଉଦ୍ୟମ କରାଯାଉଛି ।ଦେଶରେ ସିଏଏର ଆବଶ୍ୟକତା ନାହିଁ । କେରଳ ପରେ ପଂଜାବ ବିଧାନସଭାରେ ସିଏଏ ବିରୁଦ୍ଧରେ ପ୍ରସ୍ତାବ ଗୃହୀତ ହୋଇଛି ।
ଓଡିଶା ରାଜ୍ୟରେ ଗଣତନ୍ତ୍ର ଶାସନ ଚାଲି ନାହିଁ ବରଂ ଅମଲାତାନ୍ତ୍ରିକ ଶାସନ ଚାଲିଛି । ତାଙ୍କ ମଧ୍ୟରେ ଅଣଓଡିଆ ଆଇଏଏସ୍ ଅଫିସର ଓଡିଶାରେ ଶାସନ ଚଳାଉଛନ୍ତି । ସେ ହିଁ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ଚାହୁଁଛନ୍ତି ଦେଖା କରିପାରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ , ସାଂସଦ କିମ୍ବା ବିଧାୟକ ଦେଖା କରିପାରୁନାହାନ୍ତି ବୋଲିସେ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଓଡିଶା ସରକାର ଓ ବିଜେଡି ସଂକ୍ରାନ୍ତରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ଉପରେ ଜବାବ ରଖି ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ କଂଗ୍ରେସର ଏହି ନେତା ତାଙ୍କର ହାଲୁକା ଓ ବିବାଦୀୟ ମନ୍ତବ୍ୟ ପାଇଁ ସମଗ୍ର ଦେଶରେ ବେଶ୍ ଜଣାଶୁଣା । ତାଙ୍କରି ଏଭଳି ମନ୍ତବ୍ୟ ପାଇଁ ଖୋଦ୍ କଂଗ୍ରେସ ଦଳ ବାରମ୍ବାର ଲୋକହସା ହୋଇଥିବାର ନଜିର ଅଛି । ତେଣୁ ସେ ଆଜି ଯେଉଁ ବୟାନ ଦେଇଛନ୍ତି ତାହାର ଆଦୌ ଗୁରୁତ୍ୱ ନାହିଁ କିମ୍ବା ତାହାକୁ ବିଜୁ ଜନତା ଦଳ ଆଦୌ ଗୁରୁତ୍ୱର ସହ ନେଇନାହିଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା