Connect with us

ଓଡିଶା

ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ରାଜ୍ୟବ୍ୟାପୀ ଛାତ୍ର ଅସନ୍ତୋଷ

ସାଙ୍କେତିକ

ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ କରି ରାଜ୍ୟବ୍ୟାପୀ ଛାତ୍ର ଅସନ୍ତୋଷ
– ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୦ ଜାନୁଆରୀ – ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍ ନିଷ୍ପତିକୁ ବିରୋଧ କରି ରାଜ୍ୟବ୍ୟାପୀ କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍ପତି ଆଦୌ ଗ୍ରହଣୀୟ ନୁହେଁ ବୋଲି ଛାତ୍ରଛାତ୍ରୀ ଦର୍ଶାଇବା ସହ ଏଥିପାଇଁ ଅଧିକ ସମୟ କିମ୍ବା ଆଗାମୀ ଶିକ୍ଷାବର୍ଷରୁ ଲାଗୁ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି,ପୂର୍ବବର୍ଷ ଭଳି ଏ ବର୍ଷ ମଧ୍ୟ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ।

ରାଜଧାନୀର ପ୍ରମୁଖ କଲେଜ-ମହର୍ଷି, ରାଜଧାନୀ, ଦେବରାୟ, ବିଜୁ ପଟ୍ଟନାୟକ ଓ ଏକାମ୍ର କଲେଜ ଆଦିରେ ଛାତ୍ରଛାତ୍ରୀଙ୍କ ରୋଷ ଦେଖିବାକୁ ମିଳିଥିଲା । ଛାତ୍ରଛାତ୍ରୀ ଟାୟାର ଜାଳି ରାସ୍ତାରୋକ କରିନିଷ୍ପତିର ବିରୋଧ କରିଥିଲେ ।
ସାରା ରାଜ୍ୟରେ ଏଭଳି ଛାତ୍ର ଅଶାନ୍ତି ଦେଖି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏଭଳି ନିଷ୍ପତିକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ହୁଅନ୍ତୁ ନାହିଁ । ପୂର୍ବବର୍ଷ ମାନଙ୍କ ଭଳି ଏବର୍ଷ ମଧ୍ୟ ନିଜସ୍ୱ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହେବ ଓ ଏଥର ପ୍ରଥମ ବର୍ଷ ପରୀକ୍ଷାକୁ ବ୍ୟବସ୍ଥିତ ଭାବେ କରାଯିବ । ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ ପାସ୍ ଲାଗି ୩୩ ପ୍ରତିଶତ ମାର୍କ ରଖିବାକୁ ବାଧ୍ୟତାମୂଳକ କରାଯିବ । ନଚେତ୍ ଦ୍ୱିତୀୟ ବର୍ଷକୁ ଯାଇ ହେବନାହିଁ ବୋଲି ଗତ ୧୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତି ନେଇଥିଲା । ତେବେ ଏଥିପାଇଁ ଜଣେ ପରୀକ୍ଷାର୍ଥୀଙ୍କୁ ଦୁଇଟି ସୁଯୋଗ ମିଳିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା