Connect with us

ଦେଶ

ଶପଥ ନେଲେ କମଳନାଥ

ସାଙ୍କେତିକ ଚିତ୍ର

ଶପଥ ନେଲେ କମଳନାଥ
ଭୋପାଳ,୧୭ା୧୨ : ସୋମବାର କମଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ତାଙ୍କୁ ଶପଥ ପାଠ କରାଇଛନ୍ତି । କମଳନାଥ ଚିନ୍ଦୱାରରେ ଲଗାତର ଭାବେ ୯ଥର ସାଂସଦ ହୋଇଛନ୍ତି । ୧୯୭୯ ମସିହାରେ ପ୍ରଥମଥର ଚିନ୍ଦୱାରରୁ ନିର୍ବାଚନ ହୋଇଥିଲେ ଓ ଏହାପରେ ୧୯୮୪, ୧୯୯୦, ୧୯୯୧, ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ ।

ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ମଲ୍ଲିକାର୍ଜୁନ ଖଡଗେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଉପମୁଖମନ୍ତ୍ରୀ ସଚିନ ପାଇଲଟ, ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ୨୮ ନଭେମ୍ବରରେ ମତଦାନ ହୋଇଥିଲା ଏବଂ ଡିସେମ୍ବର ୧୧ ତାରିଖରେ ଏହାର ଫଳାଫଳ ଘୋଷଣା ହୋଇଥିଲା । ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୧୪ଟି ଆସନ ହାସଲ କରିଥିଲା ।

 

Click to comment

Leave a Reply

Your email address will not be published. Required fields are marked *

More in ଦେଶ