Connect with us

ଦେଶ

ରାଫେଲ ତାତିରେ ଗୃହ ଉଠିଲା ପଡିଲା ଦିନକପାଇଁ ମୁଲତବୀ

ସାଙ୍କେତିକ

ରାଫେଲ ତାତିରେ ଗୃହ ଉଠିଲା ପଡିଲା
ଦିନକପାଇଁ ମୁଲତବୀ
ନୂଆଦିଲ୍ଲୀ,୧୮ା୧୨ : ବିଭିନ୍ନ ପ୍ରସଙ୍ଗ ସମେତ ରାଫେଲ କାରବାରକୁ କେନ୍ଦ୍ର କରି ହଟ୍ଟଗୋଳ ଲାଗି ରହିବାରୁ ମଙ୍ଗଳବାର ଦିନକ ପାଇଁ ସଂସଦର ଉଭୟ ଗୃହକୁ ମୁଲତବୀ ରଖାଯାଇଛି । ରାଫେଲ କାରବାରକୁ କେନ୍ଦ୍ରକରି ପ୍ରବଳ ହଟ୍ଟଗୋଳ ହେବାରୁ ଲୋକସଭାକୁ ମଙ୍ଗଳବାର ଦିନକ ପାଇଁ ମୁଲତବୀ ରଖାଯାଇଛି । ମଧ୍ୟାହ୍ନ ଅବକାଶ ପରେ ଗୃହ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳର ସଦସ୍ୟମାନେ ହୋ-ହଲ୍ଲା କରିବା ଆରମ୍ଭ କରିଥିଲେ । ହଟ୍ଟଗୋଳ ମଧ୍ୟରେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେଇଥିଲେ ଓ ଶାସକ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା ।

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ରାଫେଲ କାରବାର ଉପରେ ଜେପିସି ତଦନ୍ତ ପାଇଁ ଦାବି କରିଥିଲେ । ତେବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିଷୟରେ କହିଥିଲେ କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ସରକାର ବିରୋଧୀ ଧ୍ୱନି ଦେବା ସହିତ ପାଟିତୁଣ୍ଡ କରିଥିଲେ । ବାଚସ୍ପତି ସୁମିତ୍ରା ମହାଜନଙ୍କ ଅନୁରୋଧ ପରେ ମଧ୍ୟ ଗୃହରେ ପାଟିତୁଣ୍ଡ ଲାଗି ରହିବାରୁ ସେ ଦିନକୁ ପାଇଁ ଗୃହକୁ ମୁଲତବୀ ରଖିଛନ୍ତି । ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ରାଫେଲ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ପ୍ରବଳ ଯୁକ୍ତି ତର୍କ ଏବଂ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପରିସ୍ଥିତିକୁ ଲକ୍ଷ୍ୟ କରି ଗୃହର ଅଧ୍ୟକ୍ଷ ଏମ୍.ଭେଙ୍କେୟା ନାଇଡୁ ଦିନ ପାଇଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ