Connect with us

ଦେଶ

ଦୁଇଦେଶ ମଧ୍ୟରେ ୪ ରାଜିନାମା ସ୍ୱାକ୍ଷର

ସାଙ୍କେତିକ ଚିତ୍ର

ମାଳଦ୍ୱୀପକୁ ୧.୪ ଶହ କୋଟି ଡଲାର ସହାୟତା କରିବ ଭାରତ
ଦୁଇଦେଶ ମଧ୍ୟରେ ୪ ରାଜିନାମା ସ୍ୱାକ୍ଷର
ନୂଆଦିଲ୍ଲୀ,୧୭ା୧୨ : ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ମାଳଦ୍ୱୀପ ପାଇଁ ଭାରତ ସରକାର ସହାୟତାର ହାତ ବଢ଼ାଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମାଳଦ୍ୱୀପ ପାଇଁ ୧.୪ ଶହ କୋଟି ଡଲାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ୩ ଦିନିଆ ଭାରତ ଗସ୍ତରେ ଆସିଥିବା ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିଙ୍କ ସହ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଏହି ଆଲୋଚନା କାଳରେ ଦୁଇ ଦେଶ ୪ଟି ରାଜିନାମା ସ୍ୱାକ୍ଷର କରିଛନ୍ତି ।

ରାଜିନାମା ମଧ୍ୟରେ ଭିସା, ଭାରତୀୟ ମହାସାଗରରେ ନୌବାଣିଜ୍ୟର ସୁରକ୍ଷା ଓ ଦ୍ୱିପାକ୍ଷିକ ସହାୟତା ବୃଦ୍ଧି ଅନ୍ତର୍ଭୁକ୍ତ ରହିଛି । ଆଲୋଚନା ପରେ ମୋଦି କହିଥିଲେ ଯେ, ମାଳଦ୍ୱୀପରେ ବେପାର ବୃଦ୍ଧି ପାଇଁ ସୁଯୋଗ ବୃଦ୍ଧି ପାଇଛି । ମାଳଦ୍ୱୀପ ସହ ଆମେ ସୁଦୃଢ଼ ବାଣିଜ୍ୟିକ ସମ୍ପର୍କ ଚାହୁଁଛୁ । ମିଳିତ ନୌବାଣିଜ୍ୟ ସୁରକ୍ଷା ସହାୟତା ବୃଦ୍ଧି ପାଇଁ ଭାରତ ମହାସାଗରରେ ମିଳିତ ପାଟ୍ରୋଲିଂ ଏବଂ ଆକାଶମର୍ଗ ପର୍ଯ୍ୟବେକ୍ଷଣ ନିମନ୍ତେ ଉଭୟ ଦେଶ ରାଜି ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋଲି ଗତ ମାସରେ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ । ତାଙ୍କ ଶପଥ ଗ୍ରହଣ ଉତ୍ସବରେ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ ।

ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଚୀନ ସହ ସମ୍ପର୍କ କାଟି ଭାରତ ସହ ସମ୍ପର୍କ ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି । ସେ ଚୀନ୍ ସହ ରହିଥିବା ମୁକ୍ତ ବାଣିଜ୍ୟ ବୁଝାମଣା (ଏଫ୍ଟିଏ)ରୁ ଓହରି ଯାଇଛନ୍ତି । ପୂର୍ବତନ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନଙ୍କ ନେତୃତ୍ୱ ସରକାର ଚୀନ୍ ସହିତ ଏହି ବୁଝାମଣା ସ୍ୱାକ୍ଷର କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ