Connect with us

ଦେଶ

୨୩ ସାମଗ୍ରୀ ଓ ସେବା ଉପରୁ ଜିଏସ୍‌ଟି ହ୍ରାସ

ସାଙ୍କେତିକ

ନୂଆଦିଲ୍ଲୀ :- ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦର ୩୧ତମ ବୈଠକରେ ମୋଟ ୨୩ ସାମଗ୍ରୀ ଓ ସେବା ଉପରୁ ଜିଏସ୍‌ଟି ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବୋଚ୍ଚ ବା ୨୮% ସ୍ଲାବରୁ ୭ଟି ସାମଗ୍ରୀ ବାଦ ଦେବାକୁ ସ୍ଥିିର କରାଯାଇଛି । ଫଳରେ ୨୮% ସ୍ଲାବରେ ମାତ୍ର ୨୮ଟି ସାମଗ୍ରୀ ରହିଥିବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଯୋଗୁ ରାଜକୋଷରୁ ୫,୫୦୦ କୋଟି ଟଙ୍କାର ଟିକସ ହ୍ରାସ ଘଟିବ ବୋଲି ସୂଚନା ମିଳିଛି ।

ଜିଏସ୍‌ଟି ହ୍ରାସ ହୋଇଥିବା ସାମଗ୍ରୀ ଗୁଡିକ ହେଲା , ସିନେମା ଟିକେଟ, ତୃତୀୟ ପକ୍ଷ ବୀମା ପ୍ରିମିୟମ, ବିମାନ ଟିକେଟ, ମନିଟର,ଟେଲିଭିଜନ ସ୍କ୍ରିନ, ଟାୟାର, ପାଓ୍ବାର ବ୍ୟାଙ୍କ, ଲିଥିୟମ ଆୟନ ବ୍ୟାଟେରି, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ କ୍ୟାରେଜ ଆସେସୋରିଜ ସହ ଅନ୍ୟାନ୍ୟ ସାମଗ୍ରୀ ଓ ସେବା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ