Connect with us

ଅପରାଧ

ଲାଗ ଲାଗ ଦୁର୍ଘଟଣା -୨ମୃତ

ସାଙ୍କେତିକ ଚିତ୍ର

ଖଣ୍ଡଗିରି: ଲାଗ ଲାଗ ଦୁଇଦିନ ହେଲାଣି ମରଣଯନ୍ତା ପାଲଟିଛି ପତ୍ରପଡା ଖଣ୍ଡଗିରି ଜାତୀୟ ରାଜପଥ । ପାତ୍ରପଡ଼ା ଛକରେ ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାନୁସାରେ ୨ ଜଣ ଯୁବକ ଏକ ବାଇକ ଯାହାର ନଂ ଓଆର୍‌ ୦୫ ଏଲ୍‌ ୦୭୪୪ ଯୋଗେ ଖୋର୍ଦ୍ଧାରୁ ଭୁବନେଶ୍ବର ଆଡକୁ ଯାଉଥିଲେ । ପାତ୍ରପଡ଼ା ବଜାରରେ ପଛରୁ ଆସୁଥିବା କୌଣସି ଏକ ଭାରୀଯାନ ସେମାନଙ୍କୁ ‌ଧକ୍କା ଦେଇ ପଳାଇ ହୋଇଯାଇଥିଲା । ଫଳରେ ଯୁବକ ଦ୍ବୟ ଆହତ ଅବସ୍ଥାରେ ରାସ୍ତା ଉପରେ ପଡ଼ି ରହିଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଦ୍ବୟଙ୍କୁ ଭୁବନେଶ୍ବର ଏମ୍‌ସକୁ ପଠାଇଦେଇଥିଲା । ଡାକ୍ତର ସେଠାରେ ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଦିନ ରାତିରେ ଜାତୀୟ ରାଜପଥ ଉପରେ ଖଣ୍ଡଗିରି ଟ୍ରାଫିକ୍ ଛକରୁ କିଛି ଦୂରରେ କୌଣସି ଅଜଣା ଗାଡ଼ି ଧକ୍କାରେ ଜଣେ ଅପରିଚିତ ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ ଯୁବକଙ୍କ ବୟସ ପ୍ରାୟ ୪୦ ହେବ । ମୃତଦେହ ଚିହ୍ନଟ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ