Connect with us

ଅପରାଧ

ସଂକ୍ରମଣ ଯୋଗୁଁ ‘ମହାବୀର’ର ମୃତ୍ୟୁ :- ପୋଷ୍ଟମର୍ଟମ ରିପୋର୍ଟ

ସାଙ୍କେତିକ ଚିତ୍ର

ସଂକ୍ରମଣ ଯୋଗୁଁ ‘ମହାବୀର’ର ମୃତ୍ୟୁ :- ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟରେ ଛତିଶଗଡରୁ ଆସିଥିବା ମହାବଳ ବାଘ ‘ମହାବୀର’ର ମୃତ୍ୟୁ ସଂକ୍ରମଣ ଯୋଗୁଁ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଜଣାପଡ଼ିଛି ବୋଲି ଫିଲ୍ଡ ଡାଇରେକ୍ଟର ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି । ପଣ୍ଡା କହିଛନ୍ତି ଯେ , ବାଘର ବେକରେ ଏକ କ୍ଷତ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ସଂକ୍ରମିତ ହୋଇଥିଲା । ସଂକ୍ରମଣ ଯୋଗୁଁ ମହାବୀର ଦିନକୁ ଦିନ ଦୁର୍ବଳ ହୋଇ ଯାଇଥିଲା ଓ ଶେଷରେ ତାର ମୃତ୍ୟୁ ହୋଇଥିଲା ।

ବନ ବିଭାଗର ବରିଷ୍ଠ ଅଧିକାରୀ ପଣ୍ଡାଙ୍କ କହିବା ଅନୁସାରେ , ବାଘର ବେକରେ କେଉଁ କାରଣରୁ କ୍ଷତ ହୋଇଥିଲା ଏବଂ କାହିଁକି ହୋଇଥିଲା ତାହା ତଦନ୍ତ ପରେ ଜଣାପଡ଼ିବ । ଏଠାରେ ଉଲ୍ଲେଖଯୋଗ୍ୟଯେ , ଚଳିତ ନଭେମ୍ବର ୧୪ ତାରିଖରେ ମହାବୀରର ମୃତଦେହ ବନ ବିଭାଗର କର୍ମଚାରୀମାନଙ୍କ ଦ୍ୱାରା ଉଦ୍ଧାର ହୋଇଥିଲା ।

ସେତେବେଳେ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ବାଘର ମୁଣ୍ଡରେ ଏକ କ୍ଷତ ସୃଷ୍ଟି ହୋଇଥିଲା ଓ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥାଇପାରେ । କିନ୍ତୁ କ୍ଷତ କୋଉଠି,କିପରି ଓ କେବେ ହୋଇଥିଲା ଜଣାପଡିନାହିଁ । ବ୍ୟାଘ୍ର ପ୍ରକଳ୍ପର ବିକାଶ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ