Connect with us

ଅପରାଧ

ଅଭିଜିତ ଆୟାରଙ୍କୁ କ୍ଷମା ଦେଲା ଗୃହ କମିଟି

ସାଙ୍କେତିକ ଚିତ୍ର

ଅଭିଜିତ ଆୟାରଙ୍କୁ କ୍ଷମା ଦେଲା ଗୃହ କମିଟି
ଭୁବନେଶ୍ୱର: ଓଡ଼ିଅା, ଓଡ଼ିଶା ବିଧାନସଭାର ସଦସ୍ୟ ଓ ବିଶ୍ୱ ପ୍ରସିଦ୍ଧ କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାରଙ୍କୁ ଗୃହ କମିଟି କ୍ଷମା ପ୍ରଦାନ କରିଛି । ଅଭିଜିତଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ କରିଥିବାନେଇ ସୂଚନା ଦେଇଛନ୍ତି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର । ଅନ୍ୟପକ୍ଷରେ ଗୃହ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଛି । ଓଡ଼ିଶା ସଂପର୍କରେ ଅଭିଜିତ ଅନଭିଜ୍ଞ । ଗୃହ କମିଟି ଅଭିଜିତଙ୍କୁ ‘ଓଡ଼ିଶା’ ପାଠ ପଢ଼ିବାକୁ ପରାମର୍ଶ ଦେଇ ଏହାର କଳା, ସଂସ୍କୃତି ପୁସ୍ତକ ତାଙ୍କୁ ଦେବାକୁ କୁହାଯାଇଛି । ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତିଯେ , ଗୃହ ସର୍ବସମ୍ମତିକ୍ରମେ ରିପୋର୍ଟକୁ ଗ୍ରହଣ କରିଛି । ଅଭିଜିତ ସ୍ୱଇଚ୍ଛାରେ କ୍ଷମା ମାଗିଥିଲେ। ତେଣୁ ଗୃହ କମିଟି ତାଙ୍କୁ କ୍ଷମା ଦେଇଛି ।

ସୂଚନାଯୋଗ୍ୟଯେ , ଅଭିଜିତ ଆୟାର କହିଥିଲେ ଯେ, ଜଗନ୍ନାଥ ପ୍ରକୃତରେ କୋଲକାତାର ଠାକୁର । କଳିଙ୍ଗ ରାଜା ଜଗନ୍ନାଥଙ୍କୁ ଚୋରି କରି ଆଣିଛନ୍ତି । ଓଡ଼ିଶା ବଙ୍ଗ।ଳୀମାନଙ୍କ ଦ୍ୱାରା ଆବିଷ୍କୃତ ହୋଇଛି । ଏହା ହେଉଛି ଅବିଭକ୍ତ ବେଙ୍ଗଲର ଦକ୍ଷିଣ ପ୍ରଗଣା ବନାଞ୍ଚଳ । ‘ଓରି ଶଳା’ରୁ ଓଡ଼ିଶା ହୋଇଛି । ସେହିପରି ଅଭିଜିତ ଓଡ଼ିଶାର ବିଧାନସଭା ଏବଂ ବିଧାୟକଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଜିତ ଆୟାରଙ୍କୁ ପୁଲିସ ଅକ୍ଟୋବର ୨୪ରେ ଗିରଫ କରିଥିଲା । ପରେ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା । ରିମାଣ୍ଡ ଶେଷ ହେବା ପରେ ଅଭିଜିତଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା । ଘଟଣାର ତଦନ୍ତ ପାଇଁ ଗୃହ କମିଟିକୁ ଦାୟିତ୍ୱ ଦିଆଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ