Connect with us

ଦେଶ

ରେଳ ବଜେଟ୍ ରେ ଓଡିଶାକୁ ମିଳିଲା ୪,୩୭୩ କୋଟି ଟଙ୍କା

ସାଙ୍କେତିକ

ରେଳ ବଜେଟ୍ ରେ ଓଡିଶାକୁ ମିଳିଲା ୪,୩୭୩ କୋଟି ଟଙ୍କା
ଭୁବନେଶ୍ୱର, ୫ ଫେବୃୟାରୀ – ପାର୍ଲାମେଂଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା କେନ୍ଦ୍ରୀୟ ବଜେଟ୍‌ରେ ପୂର୍ବତଟ ରେଳପଥ ପାଇଁ ସମୁଦାୟ ୫,୮୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ ଏଥି ମଧ୍ୟରୁ ଓଡ଼ିଶା ନିମନ୍ତେ ୪,୩୭୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ନୀତି ଆୟୋଗର ମଂଜୁରୀ ପରେ ମଂଜୁରୀ ହୋଇଥିବା ନୂଆ ପ୍ରକଳ୍ପ ଗୁଡ଼ିକୁ ମିଳିବ ଅନୁଦାନ । ନୂଆ ରେଳ ଲାଇନ ପାଇଁ ୨୯୫୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ ଓଭରବ୍ରିଜ, ଅଣ୍ଡର ବ୍ରିଜ୍ ନିର୍ମାଣ ଏବଂ ବିଦ୍ୟୁତକରଣ ପାଇଁ ୧୧୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷ କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶା ପାଇଁ ପୂର୍ବତଟ ରେଳପଥକୁ ୪,୫୯୩ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା ବେଳେ ଏନ.ଟି.ପି.ସିର କୋଲ କରିଡ଼ରକୁ ରେଳ ସଂଯୋଗ ପାଇଁ ଏନ.ଟି.ପି.ସି. ୧୪୦୦ କୋଟି ଟଙ୍କା ଦେଇଥିଲା । । ଏଥର ଏନ.ଟି.ପି.ସି କୌଣସି ଅର୍ଥ ଦେଇନାହିଁ । ସମ୍ବଲପୁର-ଗୋପାଳପୁର ୨୪୧ କି.ମି. ନୂଆ ରେଳ ଲାଇନ ନିର୍ମାଣ ପାଇଁ ୨୯୫୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନୀତି ଆୟୋଗ ମଂଜୁରୀ ଦେଲେ ତାହା ବ୍ୟୟ କରାଯିବ ।
ଏହା ବ୍ୟତୀତ ଅନ୍ୟ ସମସ୍ତ ନିର୍ମାଣଧିନ ପ୍ରକଳ୍ପରେ ବିଗତ ଆର୍ଥିକ ବର୍ଷ ଅପେକ୍ଷା ଆଗାମୀ ଆର୍ଥିକ ବର୍ଷ ବଜେଟ୍‌ରେ ଅଧିକ ବ୍ୟୟ ବରାଦ କରାଯାଇଛି । ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳପଥ ନିର୍ମାଣ (୨୮୯ କି.ମି.) ପାଇଁ ୫୨୦ କୋଟି ଟଙ୍କା ଦିଆଯାଇଥିଲା ବେଳେ ଗତ ବର୍ଷରେ ୩୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଏହି ରେଳପଥର ନିର୍ମାଣ ଯଥାଶୀଘ୍ର ଶେଷ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପ (୯୮.୭କି.) ପାଇଁ ୪୫୦ କୋଟି ଟଙ୍କା ଦିଆଯାଇଥିଲା ବେଳେ ଗତ ବଜେଟ୍‌ରେ ୨୫୦ କୋଟି ଟଙ୍କା ଦିଆଯାଇଥିଲା । ହରିଦାସପୁର-ପାରାଦ୍ୱୀପ ରେଳପଥ ନିର୍ମାଣ (୮୨ କି.ମି.) କାର୍ଯ୍ୟ ମାର୍ଚ୍ଚ ସୁଦ୍ଧା ଶେଷ ହେବାକୁ ଯାଉଥିବାରୁ ୧୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଗତ ବଜେଟ୍‌ରେ ୪୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ସମ୍ବଲପୁର-ତାଳଚେର, ସମ୍ବଲପୁର-ଟିଟିଲାଗାଡ଼, ଟିଟିଲାଗଡ଼-ରାୟଗଡ଼ା ଏବଂ ଟିଟିଲାଗଡ଼-ରାୟପୁର ରେଳ ଲାଇନର ଦୋହରୀକରଣ ପାଇଁ ଅନୁରୂପ ଭାବେ ଅର୍ଥ ପରିମାଣକୁ ବୃଦ୍ଧି କରାଯାଇଛି ।
ତାଳଚେର-ବିମଳାଗଡ଼ (୧୫୪ କି.ମି.) ରେଳ ଲାଇନ ନିର୍ମାଣ ପାଇଁ ୧୪୦ କୋଟି ଟଙ୍କା ବୃୟ ବରାଦ କରାଯାଇଥିଲା ବେଳେ ଜୟପୁର-ମାଲକାନଗିରି (୧୩୦ କି.ମି.) ରେଳ ଲାଇନ ପାଇଁ ୩୩ କୋଟି, ଜୟପୁର-ନବରଙ୍ଗପୁର (୩୮ କି.ମି.) ପାଇଁ ୨୦ କୋଟି ଟଙ୍କା, ଖୋର୍ଦ୍ଧାରୋଡ଼-ବିଜୟନଗରମ୍ ବାଇପାସ୍ ନିର୍ମାଣ ପାଇଁ ୨୦ କୋଟି ଟଙ୍କା, ଗୋପାଳପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀ ପାଇଁ ୧ ଲକ୍ଷ ଟଙ୍କା, ତାଳଚେର-ଅନୁଗୁଳ ନୂଆ ଲାଇନ (୧୪.୫ କି.ମି.) ପାଇଁ ୧ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ସମ୍ବଲପୁର-ତାଳଚେର ରେଳ ଲାଇନ (୧୭୪.୧୧କି.ମି.) ଦୋହରୀକରଣ ପାଇଁ ୨୯୨ କୋଟି, ସମ୍ବଲପୁର-ଟିଟିଲାଗଡ଼ (୧୮୨.୧୧ କି.ମି.) ଦୋହରୀକରଣ ପାଇଁ ୩୮୨ କୋଟି ଟଙ୍କା, ଟିଟିଲାଗଡ଼-ବିଜୟନଗରମ୍ ତୃତୀୟ ଲାଇନ (୨୬୪.୬ କି.ମି.) ପାଇଁ ୩୮୦ କୋଟି ଟଙ୍କା, ବାଂଶପାଣି-ଦୈତାରୀ ଟମ୍‌କା-ଯଖପୁରା (୧୮୦ କି.ମି.) ପାଇଁ ୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ବୃନ୍ଦାମଲ-ଝାରସଗୁଡ଼ା ଫ୍ଲାଏ ଓଭର ପାଇଁ ୧୦ କୋଟି ଟଙ୍କା, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳପଥ (୮୦ କି.ମି.) ପାଇଁ ୧୦୨ କୋଟି ଟଙ୍କା, ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ରେଳ ଲାଇନ ପାଇଁ ୧୧୮ କୋଟି ଟଙ୍କା, ବୁଢ଼ାପଙ୍କ-ଶାଳଗାଁ ତୃତୀୟ ଓ ଚତୁର୍ଥ ରେଳପଥ ପାଇଁ ୨୦୫ କୋଟି ଟଙ୍କା, କୋରାପୁଟ-ସିଙ୍ଗାପୁର ରୋଡ଼ ପାଇଁ ୨୦୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଜଗଦଲପୁର-କୋରାପୁଟ (୧୧୦ କି.ମି.) ପାଇଁ ୧୩୦ କୋଟି ଟଙ୍କା, କୋଟାଭାଲସା-କୋରାପୁଟ (୧୮୯ କି.ମି.) ପାଇଁ ୧୯୬ କୋଟି ଟଙ୍କା, ରାୟପୁର-ଟିଟିଲାଗଡ଼ (୨୦୩ କି.ମି.) ପାଇଁ ୧୪୬ କୋଟି ଟଙ୍କା, ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ଲାଇନ ପାଇଁ ୩୫ କୋଟି ଟଙ୍କା, ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ (୨୦୬ କି.ମି.) ପାଇଁ ୨୮୦ କୋଟି ଟଙ୍କା, ବାଘୁଆପାଲ ଫ୍ଲାଏ ଓଭର ପାଇଁ ୧୦ କୋଟିଟଙ୍କା, ମନୋହରପୁର-ଗଣ୍ଡାମୁଣ୍ଡା ତୃତୀୟ ଲାଇନ ପାଇଁ ୩୫ କୋଟି ଟଙ୍କା, ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୧୭୦ କୋଟି ଟଙ୍କା, ଗଣ୍ଡମୁଣ୍ଡା-ରାଂଚି ରେଳ ଲାଇନର ଦୋହରୀକରଣ ପାଇଁ ୨୦ କୋଟି ଟଙ୍କା, ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ ପାଇଁ ୫୦ କୋଟି ଟଙ୍କା, ଗଣ୍ଡାମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ପାଇଁ ୨୩ କୋଟି ଟଙ୍କା, ଚମ୍ପା-ଝାରସୁଗୁଡ଼ା ତୃତୀୟ ଲାଇନ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ଅନ୍ୟପକ୍ଷରେ ଅନୁଗୁଳସ୍ଥିତ ଇଲେକ୍‌ଟ୍ରିକ୍ ଲୋକସେଡ଼୍‌ର କ୍ଷମତା ୧୦୦ ରୁ ୧୫୦ କୁ ବୃଦ୍ଧି କରିବା ପାଇଁ ୪ କୋଟି ଟଙ୍କା, ମାନେଶ୍ୱରରେ ଟ୍ରେନ ରକ୍ଷଣାବେକ୍ଷଣ ପାଇଁ ୨୦ କୋଟି ଟଙ୍କା, କଳାହାଣ୍ଡିରେ ପ୍ରସ୍ତାବିତ ଇଲେକଟ୍ରିକ୍ ଇଂଜିନ୍ ୱାର୍କସପ୍ ପାଇଁ ୧ କୋଟି ଟଙ୍କା, ରେଲୱେର ବିଦ୍ୟୁତକରଣ ପାଇଁ ୧୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ