Connect with us

ଦେଶ

ଦିଲ୍ଲୀରେ ବିଜେପି ୪୫ରୁ ଅଧିକ ଆସନ ପାଇବ – ଅମିତ ଶାହ

ସାଙ୍କେତିକ

ଦିଲ୍ଲୀରେ ବିଜେପି ୪୫ରୁ ଅଧିକ ଆସନ ପାଇବ – ଅମିତ ଶାହ
ନୂଆଦିଲ୍ଲୀ, ୦୬ ଫେବୃଆରୀ- ଆଗାମୀ ୧୧ ତାରିଖ ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ୪୫ରୁ ଅଧିକ ଆସନ ପାଇ ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଶ୍ରୀ ଶାହ ଟ୍ୱିଟ କରି ଏହା କହିଛନ୍ତି ।
ଶ୍ରୀ ଶାହ ଟ୍ୱିଟ କରି କହିଛନ୍ତି ଯେ ନିର୍ବାଚନ ପ୍ରଚାରରେ ଦିଲ୍ଲୀର ଜନସାଧାରଣଙ୍କ ସହ କଥାବାର୍ତା ହେବାର ସୁଯୋଗ ମିଳିଲା । ଦିଲ୍ଲୀର ଲୋକ ମାନଙ୍କୁ ମିଛ ପ୍ରତିଶ୍ରୁତି, ତୁଷ୍ଟିକରଣ ଓ ଅରାଜକତାକୁ ନେଇ ପୀଡିତ ଅଛନ୍ତି ।ଏବେ ଦିଲ୍ଲୀର ଲୋକ ମାନଙ୍କୁ କେବଳ ବିକାଶର ଆବଶ୍ୟକତା ରହିଛି । ଦିଲ୍ଲୀରେ ବିଜେପି ପାଇଁ ଯେଉଁ ସମର୍ଥନ ଦେଖା ଯାଇଛି ସେଥିରୁ ସ୍ପଷ୍ଟ ଯେ ଆଗାମୀ ୧୧ରେ ବିଜେପି ୪୫ରୁ ଅଧିକ ଆସନ ପାଇ ସରକାର ଗଢିବ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ