Connect with us

ଦେଶ

ମୋଦି ଓ କେଜରିୱାଲ କେବଳ ମିଛ କୁହନ୍ତି : ରାହୁଲ ଗାନ୍ଧି

ସାଙ୍କେତିକ

ମୋଦି ଓ କେଜରିୱାଲ କେବଳ ମିଛ କୁହନ୍ତି : ରାହୁଲ ଗାନ୍ଧି
ନୂଆଦିଲ୍ଲୀ,୦୫ ଫେବୃଆରୀ – ଦିଲ୍ଲୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବାକ୍ ଯୁଦ୍ଧ ଜାରୀ ରହିଛି । ଏହା ମଧ୍ୟରେ ବୁଧବାର ଦିନ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବିଜେପି ଓ ଆମ ଆଦମୀ ପାର୍ଟିକୁ ଘେରିଛନ୍ତି । ବୁଧବାର କୋଣ୍ଡଲି ବିଧାନସଭାରେ ଆୟୋଜିତ ଏକ ଜନସଭାରେ ଉଦବୋଧନ ଦେଇ ରାହୁଲ କହିଥିଲେ ଯେ ମୋର ୧୫ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ କୌଣସି ଏକ ଭାଷଣରେ ମିଛ ଥିଲେ କୁହନ୍ତୁ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅରବିନ୍ଦ କେଜରିୱାଲଙ୍କ ଭାଷଣରେ ଆପଣଙ୍କୁ କେବଳ ମିଛ ହିଁ ମିଳିବ ।
ସେ ଆହୁରି କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଭାଷଣ ଶୁଣିବା ଉଚିତ୍ ନୁହେଁ । ତାଙ୍କ ଭାଷଣରେ କେବଳ ଅଳିଆ ଥାଏ । ବିଜେପିର କାମ ହେଉଛି କେବଳ ଲୋକଙ୍କୁ ଅଲଗା କରିବା । କଂଗ୍ରେସ କେବଳ ଶବ୍ଦରେ ନୁହେଁ ହୃଦୟରୁ ଲୋକଙ୍କ ସହ ସମ୍ପର୍କ ରଖିଥାଏ ।
ନରେନ୍ଦ୍ର ମୋଦି କିଛି ଦିନ ପୂର୍ବେ ଦେଶର ସବୁଠାରୁ ଧନୀ ଲୋକମାନଙ୍କର ଏକ ଲକ୍ଷ ୩୦ ହଜାର କୋଟି ଟଙ୍କାର ଟ୍ୟାକ୍ସ ମାଫ୍ କରିଛନ୍ତି । କିନ୍ତୁ ତାଙ୍କର ଗରିବ ଓ ଚାଷୀଙ୍କର ଚିନ୍ତା ନାହିଁ ।ଦେଶରେ ଯେଉଁ ହିଂସା ବଢିଛି ଏହାଦ୍ୱାରା କେବଳ ନରେନ୍ଦ୍ର ମୋଦିଙ୍କୁ ଫାଇଦା ହୋଇଛି ଏବଂଜନ ସାଧାରଣଙ୍କର କ୍ଷତି ହୋଇଛି । ଭାରତକୁ ମ୍ୟାନୁଫାକ୍‌ଚରିଂ କ୍ୟାପିଟାଲ ବନାଇବା ପାଇଁ ମୁଁ ପୁରା ଦମ୍ ଲଗାଇଦେବି । ଏହି ଦେଶ ଭଲପାଇବା ଏବଂ ଭାଇଚାରାର ସହ ଆଗକୁ ଯାଇପାରିବ । ଏହା ଲୋକଙ୍କୁ ବୁଝାଇବାକୁ ପଡିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ