Connect with us

ଦେଶ

ରାହୁଲ ଗାନ୍ଧି ଜଣେ ‘ମୁର୍ଖ ରାଜକୁମାର’ : ଜେଟଲି l

ରାହୁଲ ଗାନ୍ଧି ଜଣେ ‘ମୁର୍ଖ ରାଜକୁମାର’ : ଜେଟଲି

ରାହୁଲ ଗାନ୍ଧି ଜଣେ ‘ମୁର୍ଖ ରାଜକୁମାର’ : ଜେଟଲି
ନୂଆଦିଲ୍ଲୀ,୨୦ା୯ : କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ରାଫେଲ ରାଜିନାମା ଏବଂ ନନ ପରଫରମିଂ ଆସେଟ୍ସ (ଏନ୍ପିଏ)କୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ କଡା ସମାଲୋଚନା କରିବା ସହ ‘ମୁର୍ଖ ରାଜକୁମାର’ (କ୍ଲାଇନ ପ୍ରିନ୍ସ) ବୋଲି ସମ୍ବୋଧିତ କରିଛନ୍ତି ।

ଜେଟଲୀ କହିଛନ୍ତି ଯେ, ମୁର୍ଖ ରାଜକୁମାର ରାହୁଲ ଗାନ୍ଧି ବାରମ୍ବାର ରାଫେଲ ଏବଂ ଏନ୍ପିଏକୁ ନେଇ ମିଛ କହି ଆସୁଛନ୍ତି । ରାହୁଲଙ୍କ ରଣନୀତି ହେଲା ଗୋଟିଏ ମିଥ୍ୟା ଅଭିଯୋଗ ଗଢ଼ିବା ଓ ତାକୁ ବାରମ୍ବାର କହିବା । ଜେଟଲୀ ଫେସବୁକର ନିଜ ବ୍ଲଗରେ ଏହା ଲେଖିଛନ୍ତି । ରାହୁଲ ରାଫେଲ ରାଜିନାମା ଏବଂ ୧୫ ଉଦ୍ୟୋଗପତିଙ୍କୁ ମୋଦି ସରକାର ଦେଢ଼ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିବା ନେଇ ମିଥ୍ୟା କହୁଛନ୍ତି । ଏହି ଦୁଇ ମାମଲାରେ ରାହୁଲଙ୍କ ପ୍ରତ୍ୟକ ଶବ୍ଦ ମିଥ୍ୟା ଅଟେ । ଏପରିକି ଏନ୍ପିଏ ନେଇ ରାହୁଲ ମିଛ କହୁଛନ୍ତି ।

ୟୁପିଏ ସରକାର ଯିବା ସମୟରେ ୨୦୧୪ ବେଳକୁ ଏନ୍ପିଏ ୨.୫ଲକ୍ଷ କୋଟି ଟଙ୍କା ଥିଲା ବୋଲି ରାହୁଲ କହୁଛନ୍ତି । ମାତ୍ର ସେତେବେଳେ ଏନ୍ପିଏ ୮.୯୬ କୋଟି ଟଙ୍କା ଥିଲା ବୋଲି ୨୦୧୫ରେ ବ୍ୟାଙ୍କ ଆସେଟ୍ କ୍ୱାଲିଟି ରିଭ୍ୟୁରୁ ଜଣାପଡିଥିଲା । ଏନ୍ପିଏ ହ୍ରାସ ପାଇଁ ୟୁପିଏ ସରକାର କୌଣସି ପଦକ୍ଷେପ ନେଇ ନଥିଲା, ଯାହାର ପରିଣାମ ପରବର୍ତ୍ତୀ ସମୟରେ ପଡିଥିଲା ବୋଲି ଜେଟଲୀ ଅଭିଯୋଗ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ