Connect with us

ଦେଶ

ଶାନ୍ତି କଥାବାର୍ତ୍ତା ପାଇଁ ମୋଦିଙ୍କୁ ଇମ୍ରାନଙ୍କ ପତ୍ର l

ଶାନ୍ତି କଥାବାର୍ତ୍ତା ପାଇଁ ମୋଦିଙ୍କୁ ଇମ୍ରାନଙ୍କ ପତ୍ର l

ଶାନ୍ତି କଥାବାର୍ତ୍ତା ପାଇଁ ମୋଦିଙ୍କୁ ଇମ୍ରାନଙ୍କ ପତ୍ର
ନୂଆଦିଲ୍ଲୀ,୨୦ା୯ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଦୁଇଦେଶ ମଧ୍ୟରେ ପୁନଃ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଅନୁରୋଧ କରିଛନ୍ତି । ଏହାସହ ମିଳିତ ଆମେରିକାର ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ଅବସରରେ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପାଇଁ ସେ ଆଗ୍ରହ ପ୍ରକାଶ କରିଛନ୍ତି ।

ଇମ୍ରାନ ସେପ୍ଟେମ୍ବର ୧୪ରେ ଏହି ପତ୍ର ଲେଖିଥିଲେ । ଭାରତର ବିଦେଶ ମନ୍ତ୍ରାଳୟ ଏହାର ଉତ୍ତର ରଖିଛି । ଉଭୟ ଦେଶର ବିଦେଶ ମନ୍ତ୍ରୀ ନ୍ୟୁୟର୍କଠାରେ ନିଜ ସହମତିର ତାରିଖ ଅନୁସାରେ ପରସ୍ପରକୁ ଭେଟିବେ ବୋଲି ଭାରତ ପକ୍ଷରୁ କୁହାଯାଇଛି । ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି ଯେ, ଏହା ଦ୍ୱିପାକ୍ଷିକ ଆଲୋଚନା ନୁହେଁ ମାତ୍ର ଏକ ବୈଠକ । ଅର୍ଥାତ ନ୍ୟୁୟର୍କରେ ଭାରତ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଶାହା ମହମ୍ମୁଦ କ୍ୟୁରେସିଙ୍କ ମଧ୍ୟରେ ବୈଠକ ହେବ । ହେଲେ ଏହି ବୈଠକ ପାଇଁ କୌଣସି କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇନାହିଁ । ତେବେ ପାକିସ୍ତାନର ସାର୍କ ଶିଖର ସମ୍ମିଳନୀ ପାଇଁ ଇମ୍ରାନଙ୍କ ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇଛି ।

ଉଲ୍ଲେଖ ଯେ, ୨୦୧୫ରେ ଶେଷଥର ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ହୋଇଥିଲା । ଗତମାସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନ ଦାୟିତ୍ୱ ନେବା ପରେ ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପାକିସ୍ତାନ ଆତଙ୍କବାଦ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ଇମ୍ରାନ ପତ୍ରରେ ଉଲ୍ଲେଖ କରିଛନ୍ତି । ଇମ୍ରାନ ପତ୍ରରେ ଲେଖିଛନ୍ତି ଯେ, ଆତଙ୍କବାଦ ଉପରେ ଆଲୋଚନା ପାଇଁ ପାକିସ୍ତାନ ଏବେ ବି ପ୍ରସ୍ତୁତ ଅଛି । ବ୍ୟାପାର, ଲୋକ ସମ୍ପର୍କ, ଧାର୍ମିକ ଯାତ୍ରା ଏବଂ ମାନବିକତା ପ୍ରସଙ୍ଗରେ ଆଲୋଚନା ପାଇଁ ଆମେ ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

ନ୍ୟୁୟର୍କଠାରେ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକ ପୂର୍ବରୁ ଦୁଇ ଦେଶର ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ଏନେଇ କଥାବାର୍ତ୍ତା ହେବା ଆବଶ୍ୟକ । ଆମେ ଭାରତଠାରୁ ସକରାତ୍ମକ ବାର୍ତ୍ତା ଆଶା କରୁଛୁ । ପତ୍ରରେ ଇମ୍ରାନ ଭାରତର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଉଲ୍ଲେଖ କରି ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ