Connect with us

ଦେଶ

ତିନି ତଲାକ୍ ଦଣ୍ଡନୀୟ ଅପରାଧ l

ତିନି ତଲାକ୍ ଦଣ୍ଡନୀୟ ଅପରାଧ l

ତିନି ତଲାକ୍ ଦଣ୍ଡନୀୟ ଅପରାଧ
ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ,୧୯ା୯ : ମୁସଲମାନ ମହିଳାଙ୍କ ପାଇଁ ଏକ ଐତିହାସିକ ଦିନ । ତିନି ତଲାକ୍ (ତଲାକ୍-ଏ-ବିଦ୍ଦତ୍) ଏକ ଦଣ୍ଡନୀୟ ଅପରାଧ ଆଇନରେ ପରିଣତ ହୋଇଛି । ଏହି ଅଧ୍ୟାଦେଶକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଛନ୍ତି । ତିନି ତଲାକ୍ ବିଲରେ ଆବଶ୍ୟକୀୟ ସଂଶୋଧନ କରାଯିବା ପରେ ଆଜି କ୍ୟାବିନେଟ୍ ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି । କ୍ୟାବିନେଟ୍ ବୈଠକ ପରେ ଏନେଇ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସୂଚନା ଦେଇଛନ୍ତି । ଏହା ଆସନ୍ତା ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହାରି ମଧ୍ୟରେ ଅଧ୍ୟାଦେଶ ସଂସଦରେ ପାରିତ ହେବା ଜରୁରୀ ଅଟେ ।

ରବି ଶଙ୍କର ପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଆଇନର ସବିଶେଷ ତଥ୍ୟ ଦେଇଛନ୍ତି । ଯଦି ଜଣେ ମୁସଲିମ୍ ମହିଳା ତଲାକ ପାଇବା ପରେ ନିଜେ ଅଭିଯୋଗ କରେ ତେବେ ଅଭିଯୁକ୍ତ ସ୍ୱାମୀକୁ ପୋଲିସ ତୁରନ୍ତ ଗିରଫ କରିବ । ଏହାସହିତ ନିଜ ରକ୍ତ ସମ୍ପର୍କୀୟ କିମ୍ବା ବିବାହ ସହିତ ଜଡିତ ଥିବା ସଦସ୍ୟମାନେ ମଧ୍ୟ ଅଭିଯୋଗ କରିପାରିବେ । ପଡୋଶୀ କିମ୍ବା କୌଣସି ଅଜଣା ସମ୍ପର୍କୀୟ ଏତଲା ଦେଇ ପାରିବେ ନାହିଁ । ସେହିପରି ଏହି ବିଧେୟକ ମହିଳାମାନଙ୍କୁ ସଶକ୍ତିକରଣ କରାଇବାକୁ ଅଣାଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଆଇନରେ ଆପୋଷ ବୁଝାମଣା କରିବାର ବିକଳ୍ପ ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ ଏହା କେବଳ ପତ୍ନୀର ସହମତି ହେବ । ଜଣେ ମାଜିଷ୍ଟ୍ରେଟଙ୍କ ଉଚିତ ସର୍ତ୍ତ ରଖାଯାଇ ବୁଝାମଣା କରିହେବ । ଅଭିଯୁକ୍ତ ସ୍ୱାମୀଙ୍କୁ ଜାମିନ ଦେବାର ମାଜିଷ୍ଟ୍ରେଟଙ୍କର ଅଧିକାର ରହିଛି । କିନ୍ତୁ ସ୍ତ୍ରୀର ସମସ୍ତ ପକ୍ଷ ଶୁଣିବା ପରେ ଜାମିନ ହେବ । ତେବେ ଛାଡପତ୍ର ପରେ ମା’ ନିକଟରେ ଛୋଟ ପିଲା ରହିବେ । ଉଭୟ ମା’ ଓ ପିଲାଙ୍କ ସମସ୍ତ ଭରଣ ପୋଷଣ ସ୍ୱାମୀ ଦେବେ ବୋଲି ଆଇନରେ ରହିଛି । ଏହାପୂର୍ବରୁ ସୁପ୍ରିମକୋର୍ଟ ତିନି ତଲାକକୁ ଅସାମ୍ବିଧାନିକ ବୋଲି ଘୋଷଣା କରିଥିଲେ ।

ତେବେ ଲୋକସଭାରେ ମୁସ୍ଲିମ୍ ମହିଳାଙ୍କ ବିବାହ ଅଧିକାର ସଂରକ୍ଷଣ ବିଧେୟକ ପାରିତ ହୋଇଥିବା ବେଳେ କିନ୍ତୁ ରାଜ୍ୟସଭାରେ ଝୁଲି ରହିଥିଲା । ସେଥିପାଇଁ କେନ୍ଦ୍ର ସରକାର ଏହାକୁ ଆଇନରେ ପରିଣତ କରି ଅଧ୍ୟାଦେଶ ଚିନ୍ତା କରିଥିଲେ । ତେବେ ଏହି ଅଧ୍ୟାଦେଶ ଏବେ ୬ମାସ ମଧ୍ୟରେ ଗୃହରେ ପାରିତ ହେବା ଜରୁରୀ ଅଟେ ।

ଅନ୍ୟପକ୍ଷରେ କଂଗ୍ରେସ ନେତା ରଣଦୀପ ସୁରଜ୍ୱେଲା ଏହାକୁ ନେଇ ପ୍ରଶ୍ନ ଉଠାଇବା ସହିତ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ସରକାର ତିନି ତଲାକକୁ ମହିଳାଙ୍କ ନ୍ୟାୟ ପାଇଁ ନୁହେଁ ବରଂ ନିଜର ରାଜନୈତିକ ଉଦ୍ଦେଶ୍ୟ ରଖି ଆଣିଛନ୍ତି ବୋଲି କହିଛନ୍ତି । ଜବାବରେ ରବିଶଙ୍କର କହିଛନ୍ତି କି କଂଗ୍ରେସ ନିଜର ଭୋଟ ବ୍ୟାଙ୍କ ପାଇଁ ବିଲକୁ ସମର୍ଥନ କରୁନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ